“ଦୁର୍ଘଟଣା ପ୍ରଶମନ ନିମିତ୍ତ ଖସଡା ପ୍ରସ୍ତୁତି” ଶୀର୍ଷକ ରାଜ୍ୟ-ସ୍ତରୀୟ ସୁରକ୍ଷା ଆଲୋଚନାଚକ୍ର

0 24

ଭୁବନେଶ୍ୱର : ରାଜ୍ୟ ଶ୍ରମ ଓ କର୍ମଚାରୀଙ୍କ ରାଜ୍ୟ ବୀମା ବିଭାଗର କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟଙ୍କ ଦ୍ୱାରା ଭୁବନେଶ୍ୱରରେ “ଦୁର୍ଘଟଣା ପ୍ରଶମନ ନିମିତ୍ତ ଖସଡା ପ୍ରସ୍ତୁତି” ଶୀର୍ଷକ ଏକ ରାଜ୍ୟ-ସ୍ତରୀୟ ସୁରକ୍ଷା ଆଲୋଚନାଚକ୍ର ଆୟୋଜନ କରାଯାଇଅଛି ।
ଉକ୍ତ ଆଲୋଚନାଚକ୍ରରେ ମାନ୍ୟବର ଶ୍ରମ ଓ କର୍ମଚାରୀଙ୍କ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଉଦଘାଟନୀ ଅଭିଭାଷଣରେ ମନ୍ତ୍ରୀ ଶ୍ରୀ ସାହୁ କାରଖାନାଗୁଡିକରେ ସୁରକ୍ଷା ନିୟମ ସବୁକୁ କଡାକଡି ଭାବେ ପାଳନ କରିବା ସହିତ ଶ୍ରମିକମାନଙ୍କୁ ସୁରକ୍ଷା ସରଞ୍ଜାମ ଓ ଉପଯୁକ୍ତ ତାଲିମ ଦେବାପାଇଁ କାରଖାନା ପରିଚାଳକମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ, ରାଜ୍ୟର ପ୍ରତ୍ୟେକ କାରଖାନା ‘ଜିରୋ-ଦୁର୍ଘଟଣା-ଲକ୍ଷ୍ୟ’ ନେଇ ବିଶେଷ ପଦକ୍ଷେପ ନେବାପାଇଁ ପରାମର୍ଶ ଦେଇଥିଲେ ।
ଶ୍ରମ ଓ କର୍ମଚାରୀଙ୍କ ରାଜ୍ୟ ବୀମା ବିଭାଗର ଶାସନ ସଚିବ, ସନ୍ଥନଗୋପାଳନ ଆର., ଆଇ.ଏ.ଏସ. ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନୀ ଅଧିବେଶନରେ କାରଖାନା ମାଲିକମାନଙ୍କୁ ନିଜନିଜ କାରଖାନାରେ ସୁରକ୍ଷା ନିୟମ ସବୁକୁ ସୁନିଶ୍ଚିତ ଅନୁପାଳନ ପାଇଁ ପରାମର୍ଶ ଦେଇଛନ୍ତି । ଏତଦବ୍ୟତୀତ, ଦୁର୍ଘଟଣାରେ କ୍ଷତିଗ୍ରସ୍ତ ଶ୍ରମିକ ପରିବାରକୁ ତ୍ୱରିତ ଉପଯୁକ୍ତ ଅନୁକମ୍ପା ସହାୟତା ପ୍ରଦାନ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ, ବିଭାଗୀୟ ଅଧିକାରୀମାନଙ୍କୁ ନିୟମିତ ବ୍ୟବଧାନରେ କାରଖାନାଗୁଡିକୁ ନିରୀକ୍ଷଣ କରିବା ସହିତ ସୁରକ୍ଷା ସମ୍ବଧୀୟ ବ୍ୟବସ୍ଥାକୁ କଡାକଡି ଭାବେ ଯାଞ୍ଚ କରିବା ପାଇଁ ମଧ୍ୟ ତାଗିଦ କରିଛନ୍ତି ।
ମୁଖ୍ୟବକ୍ତା, କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶକ, ଡଃ. ଏନ. ଥିରୁମାଲା ନାୟକ, ଆଇ.ଏ.ଏସ. ଉଦ୍ଘାଟନୀ ଅଧିବେଶନରେ ବିଭାଗୀୟ ଅଧିକାରୀମାନଙ୍କୁ ଆଞ୍ଚଳିକ ସ୍ତରରେ ପ୍ରତିମାସରେ ସୁରକ୍ଷା ଅଧିକାରୀମାନଙ୍କ ସହିତ ସମୀକ୍ଷା ବୈଠକ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଉକ୍ତ ଆଲୋଚନାଚକ୍ରରେ ରାଜ୍ୟର ପ୍ରମୁଖ କଳକାରଖାନାଗୁଡିକର ବରିଷ୍ଠ ପଦାଧିକାରୀ (୧୦୦ରୁ ଉର୍ଦ୍ଧ୍ୱ ) ପ୍ରତିନିଧି ତଥା ନିର୍ଦ୍ଦେଶାଳୟର ସମସ୍ତ ଅଧିକାରୀ ଯୋଗଦାନ କରିଛନ୍ତି ।
ନିର୍ଦ୍ଦେଶାଳୟର ମଳୟ କୁମାର ପ୍ରଧାନ, କାରଖାନା ଓ ବାଷ୍ପିତ୍ର ଉପ-ନିର୍ଦ୍ଦେଶକ (ସୁରକ୍ଷା) ଉକ୍ତ ଆଲୋଚନାଚକ୍ରରେ ସ୍ୱାଗତ ଭାଷଣ ଦେଇଥିବା ବେଳେ, ଶ୍ରୀଯୁକ୍ତ ଅନିଲ କୁମାର ନନ୍ଦ, କାରଖାନା ଓ ବାଷ୍ପିତ୍ର ସହ-ନିର୍ଦ୍ଦେଶକ (ସୁରକ୍ଷା) ଧନ୍ୟବାଦ ପ୍ରସ୍ତାବ ଉପସ୍ଥାପିତ କରିଥିଲେ; ଏବଂ ଶ୍ରୀଯୁକ୍ତ ଚିତ୍ତ ରଞ୍ଜନ ବେଉରା, କାରଖାନା ଓ ବାଷ୍ପିତ୍ର ସହ-ନିର୍ଦ୍ଦେଶକ (ସଦରମହକୁମା) ସଭାଟିକୁ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

three × three =