ମା’ ରୁଦ୍ରକାଳୀଙ୍କ ଚୈତ୍ର ଦଣ୍ଡ ଯାତ୍ରା ଆରମ୍ଭ

0 179

ହରଭଙ୍ଗା :ହରଭଙ୍ଗା ବ୍ଲକ ହରଭଙ୍ଗାରୁ ମଙ୍ଗଳବାର ଚୈତ୍ର ଦଣ୍ଡ ଯାତ୍ରା ଆରମ୍ଭ ହୋଇଯାଇଛି । ହରଭଙ୍ଗା ମା’କାଳୀଙ୍କ ମନ୍ଦିରରେ ତେର ଭୁକ୍ତା ବା ଦଣ୍ଡୁଆଙ୍କ ମେଳରେ ରୀତିନୀତି ଅନୁସାରେ ଦକ୍ଷିଣକାଳୀ ଓ ରୁଦ୍ରକାଳୀଙ୍କୁ ପୂଜାର୍ଚ୍ଚନା କରାଯାଇ ନିସାର୍ଦ୍ଧ ରାତିରେ ଦଣ୍ଡ ଉଠିଥିଲା । ବୁଧବାର ମନ୍ଦିର ପରିସରରୁ ବାହାରି ହରଭଙ୍ଗା ଗ୍ରାମ ପରିକ୍ରମା କରିବା ସହିତ ବନ୍ଦାଣ କରାଯାଇଥିଲା । ଏହି ଯାତ୍ରା ଚୈତ୍ର ମାସରେ ହୋଇଥାଏ । ଶ୍ରଦ୍ଧାଳୁ ଦଣ୍ଡୁଆମାନେ ମାସ ସାରା ନିଷ୍ଠାର ସହ ବ୍ରତ ପାଳନ କରି କାଳୀଙ୍କୁ ପୂଜାକରି କଠିନ ସାଧନା କରିଥାନ୍ତି ଏବଂ ଆଗାମୀ ବିଷୁବ ସଂକ୍ରାନ୍ତି ଦିନ ବ୍ରତ ଭଙ୍ଗ କରିଥାନ୍ତି । ଯାତ୍ରା ସମୟରେ ତେର ଭୁକ୍ତାମାନଙ୍କୁ କଠୋର ନିୟମ ମାନି ଚଳିବାକୁ ହୁଏ । ଧୂଳି ଦଣ୍ଡ, ପାଣି ଦଣ୍ଡ, ଷୋଳ ସୁଆଙ୍ଗ ଦଣ୍ଡ ଯାତ୍ରା ଆଦି କରିଥାନ୍ତି । ଏଭଳି ସାଧନା ଓ ଆରାଧନାରେ ଦେବୀ ତୁଷ୍ଟ ହୋଇ ଭୁକ୍ତା ଓ ମାନସିକଧାରୀଙ୍କ ମନସ୍କାମନା ପୂରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି ।

hiranchal ad1
Leave A Reply

Your email address will not be published.

five × 5 =