ତିନି ନାବାଳକ ଗାଡି ଚାଳକଙ୍କ ଠାରୁ ଆଦାୟ ହେଲା ୭୫ହଜାର ଟଙ୍କା

0 300

ସୁବର୍ଣ୍ଣପୁର : ଅନଭିଜ୍ଞ ନାବାଳକ ଗାଡ଼ି ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ବାରମ୍ବାର ସହରରେ ଦୁର୍ଘଟଣା ବୃଦ୍ଧି ପାଉଛି । ଏହାକୁ ଆଖି ଆଗରେ ରଖି ପରିବହନ ବିଭାଗ ପକ୍ଷରୁ ଯାଞ୍ଚ କଡାକଡି କରାଯାଇଛି । ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ସହରରେ ବିନା ଡ୍ରାଇଭିଂ ଲାଇସେନ୍ସରେ ସ୍କୁଲ ଓ କଲେଜ ପିଲାମାନେ ଗାଡି ଚଲାଉଥିବା ବେଳେ ୩ ଜଣ ନାବାଳକ ଗାଡି ଚାଳକଙ୍କଠାରୁ ସେମାନଙ୍କ ଅଭିଭାବକଙ୍କ ଉପସ୍ଥିତିରେ ପ୍ରତ୍ୟକଙ୍କଠାରୁ ୨୫୦୦୦/- ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରାଯାଇ ଭବିଷ୍ୟତରେ ଏଭଳି କାର୍ଯ୍ୟ ନକରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ତତ୍ପରେ ସେମାନଙ୍କୁ ୨୫ ବର୍ଷ ହେବା ପର୍ଯ୍ୟନ୍ତ ଡ୍ରାଇଭିଂ ଲାଇସେନ୍ସ ପ୍ରାପ୍ତ ପାଇଁ ଅନୁମତି ରଦ୍ଦ କରାଯାଇ ଅଭିଭାବକ ମାନଙ୍କୁ ନାବାଳକ ପୁଅଝିଅଙ୍କ ହାତରେ ଗାଡି ନଦେବାକୁ ପରାମର୍ଶ ଦିଆଯାଇଛି । ଅନ୍ୟଥା ଆଗକୁ ବିଭାଗ ପକ୍ଷରୁ ଆହୁରି କଠୋର ପଦକ୍ଷେପ ଗ୍ରହଣ କରାଯିବାକୁ ତାଗିଦ କରାଯାଇଛି । ଆଜିର ଏହି ପଦକ୍ଷେପକୁ ବୁଦ୍ଧିଜୀବୀ ମହଲରେ ସ୍ୱାଗତ କରାଯାଇଥିବା ବେଳେ ସହରରେ ଦିନସାରା ଖୁବ ଅସାବଧାନତା ସହ ଖୁବ ସ୍ପିଡ୍‌ରେ ଟ୍ରାକ୍ଟର ଚାଳନା ପ୍ରତି ମଧ୍ୟ ଅଙ୍କୁଶ ଲଗାଇବା ପାଇଁ ପରିବହନ ତଥା ପୁଲିସ ବିଭାଗ ଦୃଷ୍ଟି ଦେବାକୁ ଦାବି ହୋଇଛି ।

hiranchal ad1
Leave A Reply

Your email address will not be published.

3 × 2 =