ନବରଙ୍ଗପୁର ପୋଲିସକୁ ବଡ ସଫଳତା:ଡକାୟତି ପ୍ରସ୍ତୁତି ବେଳେ ମାଡି ବସି ୫ଜଣକୁ ଧରିଲା ପୋଲିସ

0 1,192

ନବରଙ୍ଗପୁର:ନବରଙ୍ଗପୁର ଥାନା ଅନ୍ତର୍ଗତ ସିନ୍ଧିଗୁଡ଼ା ଗ୍ରାମ ପାଖରେ ଡକାୟତି ପାଇଁ ପ୍ରସ୍ତୁତ ହୋଇ ରହିଥିବା ଏକ ୫ଜଣିଆ ଡକାୟତ ଦଳକୁ ସନ୍ଧ୍ୟା ପେଟ୍ରୋଲିଂ ବେଳେ ଗୋଡ଼ାଇ ମାଡିବସି ଗିରଫ କରିଛି ନବରଙ୍ଗପୁର ପୋଲିସ । ଆଜି ଏକ ପ୍ରେସ ବିବୃତ୍ତିରେ ଡିଏସପି ନିହାର ରଞ୍ଜନ ପ୍ରଧାନ ଓ ଆଇଆଇସି ନରେଶ ପ୍ରଧାନ ଦେଇଥିବା ସୂଚନା ଅନୁସାରେ ଧଣ୍ଡରା ଗ୍ରାମର ଜୀତେନ୍ଦ୍ର ହରିଜନ (୨୨), କୋରାପୁଟ ଜିଲ୍ଲା କୁମୁଲି ଗ୍ରାମର ସୁରଜ ମହାରଣା (୨୭), ଚୁଟିଆଗୁଡ଼ା ଗ୍ରାମର କାର୍ଫୁଲ ଛତର (୨୨), ଢେପଗୁଡ଼ା ଗ୍ରାମର ମାଇକେଲ ହରିଜନ (୨୭), ବିରିଗୁଡ଼ା ଗ୍ରାମର ସଞ୍ଜୀବ ହିଆଲ (୩୦) ମିଶି ସିନ୍ଧିଗୁଦା ଗ୍ରାମ ନିକଟରେ ଥିବା ନରସିଂହା ରାଇସ ମିଲକୁ ଡକାୟତି ପାଇଁ ଯିବା ବେଳକୁ ପେଟ୍ରୋଲିଂ ଷ୍ଟାଫ୍‌ ମାଡିବସି ଧରିଥିଲେ । ସେମାନଙ୍କ ଠାରୁ ଦୁଇଗୋଟି ଖଣ୍ଡା, ଦୁଇଟି ଛୁରୀ, ଲୁହା ଛଡ଼, ଚାରିଟି ମୋବାଇଲ ଫୋନ୍‌, ବାର ଶହ ଟଙ୍କା, ତିନୋଟି ବାଇକ ଯଥା, ନମ୍ୱର୍‌ ବିହୀନ ରୟାଲ ଏଣ୍ଡିଲଡ୍‌ ବୁଲେଟ, ନମ୍ୱର୍‌ ବିହୀନ ବଜାଜ ପୋଲସର୍‌, ଓଡ଼ି ୨୪ ବି ୭୧୪୧ ନମ୍ବରର ବଜାଜ ଭି୧୫ ଆଦି ଜବତ ହୋଇଛି । ଏହି ପାଞ୍ଚଜଣଙ୍କ ନାଁରେ ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର, ତେନ୍ତୁଳିଖୁଣ୍ଟି, କୋଡ଼ିଙ୍ଗା ଓ କୋରାପୁଟ ଜିଲ୍ଲାର ଜୟପୁର ସଦର ଥାନା ଆଦିରେ ଚୋରୀ, ଡକାୟତି, ରାହାଜାନୀ, ରେପ୍‌, ହତ୍ୟା ଉଦ୍ୟମ ଆଦି ଅନେକ ଗୁଡ଼ିଏ କେସ ରହିଛି । ଏମାନଙ୍କୁ ସହ ଅନ୍ୟ କିଛି ସାଥୀ ମିଶି ଠିକାଦାର ଓ ଅନ୍ୟାନ୍ୟ ବ୍ୟବସାୟୀ ମାନଙ୍କ ଠାରୁ ମାମୁଲି ଅସୁଲ କରୁଥିବା ସୂଚନା ରହିଛି ।
ଏହି ପେଟ୍ରୋଲିଂ ବେଳେ ଏସଆଇ କେ ବି ନାୟକ, ଏସଆଇ ସବୀର ଅହମ୍ମଦ, ଏସଆଇ ଦେବାଶିଷ ସାହୁ, ଏଏସଆଇ ତୁଳସୀ ରାମ ପୂଜାରୀ, ଏଏସଆଇ ଜିଏନ ବାଘ, ଓଏପିଏଫ ଧନପତି ମାଝୀ, ଚିତ୍ତରଞ୍ଜନ ପୂଜାରୀ, ମନଧର ଠାକୁର, ଡ୍ରାଇଭର ମନମଥ ମଲ୍ଲିକ ଡ୍ୟୁଟିରେ ରହି ସତର୍କତାର ସହ ଡକାୟତ ଦଳକୁ କାବୁ କରିଥିଲେ । ଏହି ଆସମୀମାନଙ୍କୁ କେସ ନମ୍ବର ୧୩୪/ ତା. ୨୯.୩ ଅନୁସାରେ ଧାରା ୩୯୯/୪୦୨/ ଅସ୍ତ୍ର ବିରୋଧ ଆଇନ ୨୫( ୧-ଏ) ଲଗାଇ କୋର୍ଟ ଚାଲାଣ କରାଯାଇଛି ।

hiranchal ad1
Leave A Reply

Your email address will not be published.

13 + three =