ମହଙ୍ଗା ପଡିଲା ବେଆଇନ ଟୋଲ ଆଦାୟ : ଏନଏଚଏଆଇକୁ ୩ ଲକ୍ଷ ଜରିମାନା, ଟୋଲ୍‌ପ୍ଲାଜା ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ

0 55

ବରଗଡ଼: ବରଗଡ଼ ଉପକଣ୍ଠରେ ଥିବା ବରହାଗୁଡା ଟୋଲ ଗେଟ୍‌ ପାଶ୍ୱର୍ ଦେଇ ଯାଇଥିବା ଏକ ବିକଳ୍ପ ରାସ୍ତାରୁ ଟୋଲ ସଂଗ୍ରହ କରିବା ନିର୍ଦ୍ଧାରିତ ଦରଠାରୁ ଅଧିକ ଟୋଲ ଆଦାୟ କରିବା ବରଗଡ଼ ପୌରଞ୍ଚଳର ୧୦ କିଲୋମିଟର ପରିଧି ମଧ୍ୟରେ ଟୋଲ ପ୍ଲାଜା ସ୍ଥାପନ କରିବା ଟୋଲଗେଟ୍‌ କର୍ତ୍ତୃପକ୍ଷଓ ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ ଏଚ୍‌ଆଇ)ଙ୍କୁ ମହଙ୍ଗାପଡିଛି । ଏଭଳି ଏକ ମାମଲାର ବିଚାର କରି ସମ୍ବଲପୁର ଜିଲ୍ଲା ଖାଉଟି ବିବାଦ ସମାଧାନ ଅୟୋଗ ଉଭୟ ବରହାଗୁଡା ଟୋଲ ଗେଟ୍‌ କର୍ତ୍ତୃପକ୍ଷ ଏବଂ ଏନ୍‌ଏଚଆଇକୁ ଦେଢ଼ ଲକ୍ଷ ଟଙ୍କା ଲେଖାଏଁ ଜରିମାନା କରିଛନ୍ତି । ଏଥି ସହିତ ଅଭିଯୋଗକାରୀଙ୍କଠାରୁ ବେଆଇନ୍‌ ଭାବେ ଆଦାୟ କରିବାକୁ ଆଦେଶ ଦେଇଛନ୍ତି । ସମ୍ବଲପୁରର ପ୍ରୀତିଶ ଦେବତା ଗତବର୍ଷ ଏପ୍ରିଲ ୪ତାରିଖରେ ସମ୍ବଲପୁରରୁ ବରଗଡ଼ ଯାଇଥିଲେ । ତାଙ୍କ ଫାଷ୍ଟଟ୍ୟାଗ୍‌ ଆକାଉଣ୍ଟରୁ ଯିବାବେଳେ ୧୪୫ ଓ ଫେରିବାବେଳେ ୭୫ଟଙ୍କା କଟିଥିଲାକିନ୍ତୁ ତାଙ୍କ ବାପାଙ୍କ ଗାଡ଼ି ସମ୍ବଲପୁରରେ ଘରେ ଥିବାବେଳେ ସେହିଦିନ ତାଙ୍କ ଆକାଉଣ୍ଟରୁ ବି ୧୪୫ ଟଙ୍କା କଟିଥିଲା । କିନ୍ତୁ ଫେରିବା ବାବଦ ଟଙ୍କା କଟି ନଥିଲା । ଏହାପରେ ଶ୍ରୀ ଦେବତା ଗତ ବର୍ଷ ଜୁନ୍‌ ୨୫ ତାରିଖରେ ସମ୍ବଲପୁରରୁ ବରଗଡ଼ ନିକଟସ୍ଥ ତୋରା ଗାଁକୁ ଯାଇଥିଲେ । ତେଣୁ ସେ ଟୋଲ ପ୍ଲାଜା ଅତିକ୍ରମ ନକରି ପାଶ୍ୱର୍ରେ ଥିବା ରାସ୍ତା ଦେଇ ଯାଇଥିଲେ ଓ ସେହି ବାଟୁ ଫେରିଥିଲେ । କିନ୍ତୁ ଉଭୟ ଯିବା ଓ ଆସିବା ବେଳେ ତାଙ୍କ ଫାଷ୍ଟଟ୍ୟାଗ ଆକାଉଣ୍ଟରୁ ୧୪୫ଟଙ୍କା ଲେଖାଏଁ କଟି ଯାଇଥିଲା । ଖାଉଟି ଅଦାଲତରେ କରିବା ଅଭିଯୋଗ ଶ୍ରୀ ଦେବତା ଦର୍ଶାଇଥିଲେ ଯେ ଏପ୍ରିଲ ୨୯ରେ ସେ ଟୋଲ ପ୍ଲାଜା ଦେଇ ଥରେ ଯାଇଥିଲେ ଓ ଫେରିଥିଲେ । ସେ ବାବଦରେ ତାଙ୍କଠାରୁ ୨୨୦ଟଙ୍କା ଆଦାୟ ହୋଇଥିଲା । ଏହାବାଦ ଅନ୍ୟାୟପୂର୍ଣ୍ଣ ଓ ବେଆଇନ୍‌ଭାବେ ଉଭୟଥର ତାଙ୍କ ବାପାଙ୍କ ଆକାଉଣ୍ଟରୁ ୧୪୫ ଓ ତାଙ୍କ ଆକାଉଣ୍ଟରୁ ୨୯୦କୁ ମିଶାଇ ମୋଟ ୪୩୫ଟଙ୍କା ବେଆଇନ୍‌ଭାବେ ନିଆଯାଇଛି । ବରହାଗୁଡା ଟୋଲପ୍ଳାଜାରେ ୪ ଚକିଆ ଗାଡିରୁ ଆଦାୟ କରା ଯାଉଥିବା ୧୪୫ ଟଙ୍କା ସରକାରୀ ନିର୍ଦ୍ଧାରିତ ଦରଠାରୁ ଅଧିକା ଏହାଛଡା ବରଗଡ଼ ମୁନ୍‌ସିପାଲ୍‌ଟିର ୧୦କିଲୋମିଟର ମଧ୍ୟରେ ଟୋଲ ପ୍ଲାଜା ସ୍ଥାପନ ମଧ୍ୟ ବେଆଇନ୍‌ । ତେଣୁ ସେ ଆଇନ୍‌ଜୀବୀ ଏସ୍‌ଏସ୍‌ ପଣ୍ଡା ଏବଂ ତାଙ୍କ ଆସୋସିଏଟ୍‌ସଙ୍କ ଜରିଆରେ ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲେ ଓ ସବୁ ପ୍ରମାଣ ଏବଂ କାଗଜପତ୍ର ଦାଖଲ କରିଥିଲେ । ଜବାବରେ ଉଭୟ ଅଭିଯୁକ୍ତ ପକ୍ଷ ସନ୍ତୋଷଜନକ ଉତ୍ତର ଓ ତଥ୍ୟ ପ୍ରମାଣ ଦେଇପାରି ନଥିଲେ । ଫଳରେ ସେମାନେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ମାମଲାର ବିଚାର କରି ସମ୍ବଲପୁର ଜିଲ୍ଲା ଖାଉଟି ବିବାଦ ସମାଧାନ ଆୟୋଗର ସଭାପତି ଡ. ଉମାକାନ୍ତ ଶତପଥୀ ଏବଂ ସଦସ୍ୟ ସଦାନନ୍ଦ ତ୍ରିପାଠୀ ଉଭୟ ପକ୍ଷରୁ ମିଳିତଭାବେ ବ୍ରେଆଇନ ଭାବେ ଆଦାୟ କରିଥିବା ୪୩୫ଟଙ୍କ ୯% ସୁଧ ସହିତ ଫେରାଇବା ଅଭିଯୋଗକରୀଙ୍କୁ ହଇରାଣ ହରକତ କରିଥିବାରୁ ଉଭୟ ପକ୍ଷ ଦେଢ଼ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବା ତଥା ମୋକଦମା ଖର୍ଚ୍ଚ ବାବଦକୁ ୧୦ ହଜାର ଟଙ୍କା ଲେଖାଏଁ ଏକ ମାସ ମଧ୍ୟରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । କେବଳ ସେତିକି ନୁହେଁ ବରହାଗୁଡା ଟୋଲ ପ୍ଲାଜାକୁ ବରଗଡ଼ ପୌରଞ୍ଚାଳ୧୦କିଲୋମିଟର ପରିଧି ବାହାରକୁ ଘୁଞ୍ଚାଇବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

12 − nine =