ଜିଲ୍ଲାସ୍ତରୀୟ ୧୫୩ ତମ ଗାନ୍ଧୀ ଜୟନ୍ତୀ ପାଳିତ

0 125

ଫୁଲବାଣୀ : ଜିଲ୍ଲା ପ୍ରଶାସନ, କନ୍ଧମାଳ ଏବଂ ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦ, ଫୁଲବାଣୀଙ୍କ ମିଳିତ ଆନୁକୂଲ୍ୟରେ ଜିଲ୍ଲା ସଦର ମହକୁମା ଫୁଲବାଣୀଠାରେ ଆଜି ଜିଲ୍ଲାସ୍ତରୀୟ ୧୫୩ ତମ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । କନ୍ଧମାଳ ଜିଲ୍ଲାପାଳ ପାଟିଲ୍‌ ଆଶିଷ ଇଶ୍ୱର ମୁଖ୍ୟ ଅତିଥିଭାବେ ଯୋଗଦେଇ ଗାନ୍ଧୀ ଛକ, ଗାନ୍ଧୀ ସ୍ମୃତି ଭବନ ଓ ଏମ୍‌.କେ.ଏସ୍‌. ପି. ସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତୀଗୁଡ଼ିକରେ ମାଲ୍ୟାର୍ପଣ କରିଥିଲେ । କନ୍ଧମାଳ ଆରକ୍ଷୀ ଅଧୀକ୍ଷକ,ଭିନିତ୍‌ ଅଗ୍ରୱାଲ୍‌, କନ୍ଧମାଳ ଉପ-ଜିଲ୍ଲାପାଳ ଶେଷଦେବ ମିଶ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀଙ୍କ ସମେତ ବହୁ ବରିଷ୍ଠ ନାଗରିକ, ଶିକ୍ଷକ ଶିକ୍ଷୟିତ୍ରୀ, ଗଣମାଧ୍ୟମର ପ୍ରତିନିଧିମାନେ ଏହି ସାମୂହିକ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏମ୍‌.କେ.ଏସ୍‌. ପି. ଠାରେ ମୋହନଦାସ କରମଚାନ୍ଦ କଳା ନିକେତନ, ଫୁଲବାଣୀର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ମହାତ୍ମାଗାନ୍ଧୀଙ୍କ ପ୍ରିୟ ଭଜନ ଗାନ କରାଯାଇଥିଲା । ପରେ ପରେ ସର୍ବଧର୍ମ ପ୍ରର୍ଥନା ସଭା ଅନୁଷ୍ଠିତ ହୋଇଥିଲା । ଅନନ୍ତ ଚରଣ ମିଶ୍ର ହିନ୍ଦୁ ଧର୍ମ ପକ୍ଷରୁ ପ୍ରତିନିଧିତ୍ୱ କରି ପବିତ୍ର ଧର୍ମଗ୍ରନ୍ଥ ଶ୍ରୀମଦ୍ଭଗବତ ଗୀତାରୁ କିୟଦଂଶ ପାଠ କରିଥିବା ବେଳେ ପ୍ରଣବ କୁମାର ମଣ୍ଡଳ ଖ୍ରୀଷ୍ଟଧର୍ମ ପକ୍ଷରୁ ପ୍ରତିନିଧିତ୍ୱ କରି ପବିତ୍ର ଧର୍ମଗ୍ରନ୍ଥ ବାଇବେଲ୍‌ରୁ କିୟଦଂଶ ପାଠ କରିଥିଲେ ।

hiring

ସେହିପରି ମହମଦ୍‌ ଅବ୍‌ଦୁଲ୍‌ ୟାଜୁବ୍‌ ଖାଁ ମୁସ୍‌ଲିମ୍‌ ଧର୍ମ ପକ୍ଷରୁ ପ୍ରତିନିଧିତ୍ୱ କରି ପବିତ୍ର ଧର୍ମଗ୍ରନ୍ଥ କୋରାନ୍‌ରୁ କିୟଦଂଶ ପାଠ କରିଥିଲେ ।ମହାତ୍ମାଗାନ୍ଧୀ ଓ ଲାଲ୍‌ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ ଅବସରରେ ସଂଧ୍ୟାରେ ଏମ୍‌.କେ.ଏସ୍‌. ପି.ର ରିପବ୍ଲିକାନ୍‌ ହଲ୍‌ରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥିଭାବେ କନ୍ଧମାଳ ଉପ-ଜିଲ୍ଲାପାଳ ଶେଷଦେବ ମିଶ୍ର, ମୁଖ୍ୟବକ୍ତା ଭାବେ ବରିଷ୍ଠ ଆଇନଜିବୀ ବିଜୟକୃଷ୍ଣ ପଟ୍ଟନାୟକ ଯୋଗଦେଇ ଥିଲେ । ଏମ୍‌.କେ.ଏସ୍‌. ପି.ର ସଭାପତି ବିଜୟ ମହାନ୍ତି ସଭାକୁ ଅଧ୍ୟକ୍ଷତା କରିଥିଲେ । ବନବିହାରୀ ନନ୍ଦ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ଏମ୍‌.କେ.ଏସ୍‌. ପି. ର ସାଧାରଣ ସମ୍ପାଦକ ଶରତ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥୁଲେ । ଗାନ୍ଧୀ ଜୟନ୍ତୀ-୨୦୨୨ ଉପଲକ୍ଷେ ଆୟୋଜିତ ବକ୍ତୃତା,ସଂଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିବାବେଳେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପରିଷଦ ତରଫରୁ ୮ ଜଣଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା । ଶେଷରେ ମୋହନଦାସ କରମଚାନ୍ଦ କଳା ନିକେତନ, ଫୁଲବାଣୀର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏମ୍‌.କେ.ଏସ୍‌.ପି ଠାରେ ଅନୁଷ୍ଠିତ ସମସ୍ତ କାର୍ଯ୍ୟକ୍ରମ ଗୁଡ଼ିକରେ ଜିଲ୍ଲା ସଂସ୍କୃତି ଅଧିକାରୀ ସେଠୀ, ମୋହନଦାସ କରମଚାନ୍ଦ କଳା ନିକେତନର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଏମ୍‌.କେ.ଏସ୍‌.ପି.ର ସମସ୍ତ ସଦସ୍ୟ,ସ୍ଥାନୀୟ ଜନସାଧାରଣ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

twenty − 15 =