ପୁରୀରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

0 76

ପୁରୀ : ପୁରୀ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଗାନ୍ଧୀ ଘାଟଠାରେ ପାଳିତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତୀରେ ଓ ଶାସ୍ତୀଜୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଗାନ୍ଧୀଙ୍କ ଆଦର୍ଶ, ସତ୍ୟ ପ୍ରତି ନିଷ୍ଠା ଓ ବିଚାରଧାରା ଚିର ଅମର ଓ ମାନବ ସମାଜ ପାଇଁ ଅନୁକରଣୀୟ । ସେହିପରି ଶାସ୍ତ୍ରୀଜୀଙ୍କ ସରଳ ଓ କର୍ମଠ ଜୀବନୀ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ସେ କହିଥିଲେ । ଗାନ୍ଧୀବାଦୀ ଗୌରାଙ୍ଗ ପରିଡା ଗାନ୍ଧୀଙ୍କ ଜୀବନୀ ଓ ଦର୍ଶନ ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଏଥିରେ ଅଧ୍ୟକ୍ଷତା କରିବା ସହ ବିଶ୍ୱରେ ମାନବ ସମାଜ ଥିବା ପର୍ଯ୍ୟନ୍ତ ଗାନ୍ଧୀଜୀଙ୍କ ବିଚାରଧାରା ବଂଚି ରହିଥିବ ଓ ଶାସ୍ତ୍ରୀଜୀଙ୍କ ସ୍ୱାଭିମାନ ଶିକ୍ଷା ଦେଉଥିବ ବୋଲି କହିଥିଲେ । ଶେଷରେ ଅତିଥି ମାନେ ପୂର୍ବରୁ ଅନୁଷ୍ଠିତ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ।

hiring

ପ୍ରାରମ୍ଭରେ ସର୍ବଧର୍ମ ପ୍ରାର୍ଥନା ସଭାରେ ଶିବ ପ୍ରସାଦ ମିଶ୍ର ଗୀତା,ବାଇବେଲ ଓ ହାଜି ଜେ ଆବେଦିନ କୋରାନ ପାଠ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ପୌର ନିର୍ବାହୀ ଅଧିକାରୀ ମନୋଜ କୁମାର ବେହେରା, ସାହିତ୍ୟିକ ସମାଜସେବୀ ବଦ୍ରି ମିଶ୍ର, ଶିଶୁ ସାହିତ୍ୟିକ ଡ଼ଃ ହେମନ୍ତ କୁମାର ଛୋଟରାୟ,ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱଜିତ ଘୋଷ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ, ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି,ଗଣମାଧ୍ୟମ ପ୍ରତିନିଧି,ବିଭିନ୍ନ ବିଭାଗର କର୍ମଚାରୀ, କ୍ରୀଡା ଛାତ୍ରାବାସର ଅନ୍ତେବାସୀ,ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ । ପ୍ରତ୍ୟୁଷରୁ ଡାକବାଜି ଯନ୍ତ୍ର ଦ୍ୱାରା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସହର ମଧ୍ୟରେ ରାମଧୂନ ପରିବେଷଣ କରାଯାଇଥିଲା । ଏକ ବିଶାଳ ଶୋଭାଯାତ୍ରାରେ ପ୍ରଭାତ ଫେରି ଓ ଫିଟ ଇଣ୍ଡିଆ ସଚେତନତା ବାର୍ତ୍ତା ପ୍ରଚାର କରାଯାଇଥିଲା । ଓଡ଼ିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟ ତରଫରୁ ଗୁରୁ ଦୁର୍ଗା ମାଧବ କରଙ୍କ ଦ୍ୱାରା ଏକ ଚିତ୍ରକଳା ପ୍ରଦର୍ଶନୀ ଗାନ୍ଧୀଘାଟଠାରେ ଅନୁଷ୍ଠିତ ହୋଇଥିଲା । ସଂଧ୍ୟାରେ ଜିଲ୍ଲା ସଂସ୍କୃତି ପରିଷଦ ସହଯୋଗରେ ଟାଉନ ହଲଠାରେ ଗାନ୍ଧୀ ଭଜନ ଓ ଅନ୍ୟାନ୍ୟ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସୂଚନା ବିଭାଗର ସମସ୍ତ କର୍ମଚାରୀ ସମସ୍ତ କାର୍ଯ୍ୟର ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

3 × five =