ସରକାରଙ୍କ ଅଭିନବ ନିଷ୍ପତ୍ତି :
ପୂଜାମଣ୍ଡପରେ ଦିଆଯିବ କୋଭିଡ ଟିକା

0 51

ରାଞ୍ଚି: ଦେଶରୁ କରୋନା ଯାଇନାହିଁ । ଏବେବି ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏବେ ଦୁର୍ଗପୂଜା ଉତ୍ସବ ଚାଳିଥିବାରେୁ ସଂକ୍ରମଣ ବଢିବାର ଆଶଙ୍କା ରହିଚି । ଏହାକୁ ଆଖି ଆଗରେ ରଖି ଝାଡ଼ଖଣ୍ଡ ସରକାର ଏକ ଅଭିନବ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ନିଷ୍‌ପତ୍ତି ଅନୁସାରେ,ପୂଜାମଣ୍ଡପରେ ରହିବ ଟିକାକରଣ କେନ୍ଦ୍ର । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶ ମୁତାବକ, ପୂଜା ମଣ୍ଡପକୁ ଆସୁଥିବା ଭକ୍ତଙ୍କ ମଧ୍ୟରୁ ଯେଉଁମାନେ ଏଯାଏଁ ଟିକା ନେଇନାହାନ୍ତି, ସେମାନଙ୍କୁ ଟିକା ଦିଆଯିବ । ଜାତୀୟ ସ୍ୱାସ୍ଥ୍ୟ ମିଶନ ଝାଡ଼ଖଣ୍ଡର ମୁଖ୍ୟ ଡ଼. ଭୁବନେଶ ପ୍ରତାପ ସିଂ ଟିକାକରଣ ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ପୂଜା ମଣ୍ଡପରେ ଟିକାକରଣ କେନ୍ଦ୍ର ସ୍ଥାପନ କରିବାକୁ ସମସ୍ତ ଜିଲ୍ଲାର କୋଭିଡ ଟିକାକରଣ ନୋଡାଲ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ ଏହି ମହାମାରୀ ଏପର୍ଯ୍ୟନ୍ତ ଶେଷ ହୋଇ ନାହିଁ । ୧୮ ବର୍ଷରୁ ଅଧିକ ଲୋକଙ୍କୁ ଦ୍ୱିତୀୟ ଓ ବୁଷ୍ଟର ଡୋଜ ନେବା ପାଇଁ ସଚେତନତା କରାଇବାକୁ ଏହି ନିଷ୍ପତ୍ତି ନିଆଯାଇଛି । ଏଥି ସହିତ, ଝାଡଖଣ୍ଡର ସ୍ୱାସ୍ଥ୍ୟ,ଚିକିତ୍ସା ଶିକ୍ଷା ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦୁର୍ଗା ପୂଜା ଆୟୋଜକ କମିଟିଙ୍କ ସହ ଏବାବଦରେ ଆଲୋଚନା କରାଯାଇଛି । ସହରର ସମସ୍ତ ପୂଜାମଣ୍ଡପରେ ପୋଷ୍ଟର ଲଗାଯିବ ଓ ଟିକାକରଣ କେନ୍ଦ୍ର ସ୍ଥାପନ କରାଯିବ । ଯଦି କେହି ଭକ୍ତ ପୂଜା ମଣ୍ଡପକୁ ଆସୁଛନ୍ତି କିନ୍ତୁ ଟିକା ନେଇନାହାନ୍ତି, ସେମାନେ ଟିକା ନେଇପାରିବେ । ବିଶେଷ କରି ଯେଉଁମାନେ ଟିକାର ଦ୍ୱିତୀୟ ଡୋଜ ଓ ବୁଷ୍ଟର ଡୋଜ ନେଇନାହାନ୍ତି, ସେମାନେ କିଭଳି ସୁରୁଖୁରୁରେ ଟିକା ନେଇପାରିବେ ସେନେଇ ବ୍ୟବସ୍ଥା କରାଯିବ । ସରକାରଙ୍କର ଏହି ନିଷ୍ପତ୍ତିକୁ ନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି ।

hiranchal ad1
Leave A Reply

Your email address will not be published.

16 − eight =