ଇମ୍ରାନଙ୍କ ଗିରଫ ଲାଗି ଆରେଷ୍ଟ ୱାରେଣ୍ଟ ଜାରି

0 53

ଇସ୍ଲାମାବାଦ,୨/୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫ ଲାଗି ଆରେଷ୍ଟ ୱାରେଣ୍ଟ ଜାରି ହୋଇଛି । ଜଣେ ମହିଳା ଜଜ୍‌ଙ୍କୁ ଧମକାଇବା ଅଭିଯୋଗରେ ମାଜିଷ୍ଟ୍ରେଟ ଏହି ଆରେଷ୍ଟ ୱାରେଣ୍ଟ ଜାରି କରିଛନ୍ତି । ଏହି ୱାରେଣ୍ଟ ଜାରି ହେବା ପରେ ଇମ୍ରାନଙ୍କ ଗିରଫକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗତ ଅଗଷ୍ଟ ୨୦ ତାରିଖ ରାଲିରେ ଇମ୍ରାନ ଅତିରିକ୍ତ ଜିଲ୍ଲା ଓ ସେସନ୍ସ ଜଜ୍‌ ଜେବା ଚୌଧୁରୀଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଇମ୍ରାନଙ୍କ ଏହି ମନ୍ତବ୍ୟକୁ ନେଇ ଇସ୍ଲାମାବାଦ ମାରଗଲ୍ଲା ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଇସ୍ଲାମାବାଦ ଉଚ ନ୍ୟାୟାଳୟରେ ଇମ୍ରାନଙ୍କ ବିରୋଧରେ ଅବମାନନା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛନ୍ତି । ଏବେ ଉପରୋକ୍ତ ମାମଲାରେ ସ୍ଥାନୀୟ ମାଜିଷ୍ଟ୍ରେଟ୍‌ ପୋଲିସର ଅନୁରୋଧକ୍ରମେ ଏକ ଆରେଷ୍ଟ ୱାରେଣ୍ଟ ଜାରି କରିଛନ୍ତି । ପାକିସ୍ତାନ ତେହେରିକ-ଏ-ଇନସାଫ ( ପିଟିଆଇ) ନେତା ଇମ୍ରାନଙ୍କ ବିରୋଧରେ ପୂର୍ବରୁ ଆତଙ୍କବାଦ ସମ୍ପର୍କିତ ଆଇନରେ ମୋକଦ୍ଦମା ରୁଜୁ ହୋଇଥିଲା । ତେବେ ଇସ୍ଲାମାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏହି ଅଭିଯୋଗ ହଟାଇ ଦିଆଯାଇଥିଲା । ତାଜା ଆରେଷ୍ଟ ୱାରେଣ୍ଟ ଜାରି ହେବା ପରେ ଇମ୍ରାନ କୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଛନ୍ତି । ଏଥିରେ ୨୦ ଅଗଷ୍ଟ ସାର୍ବଜନିକ ରାଲିରେ ସୀମାରେଖା ପାର କରିଥିବାର ଅନୁଭବ କରିଥିଲେ । ତେବେ ଭବିଷ୍ୟତରେ ସେ ଏପରି କିଛି କରିବେନି ଯାହା ଦ୍ୱାରା ବିଶେକରି ନ୍ୟାୟାଳୟ ଓ ନ୍ୟାୟପାଳିକାଙ୍କ ସମ୍ମାନରେ ଆଞ୍ଚ ଆସିବ ।

hiranchal ad1
Leave A Reply

Your email address will not be published.

five × 4 =