ଖାଡଗେଙ୍କ ପାଇଁ ଇସ୍ତଫା ଦେଲେ କଂଗ୍ରେସର ୩ ନେତା

0 59

ନୂଆଦିଲ୍ଲୀ: ଇସ୍ତଫା ଦେଲେ କଂଗ୍ରେସର ୩ ନେତା । କଂଗ୍ରେସ ନେତା ଗୌରବ ବଲ୍ଲଭ,ଦୀପେନ୍ଦ୍ର ଏସ ହୁଡ୍ଡା ଓ ସୈୟଦ ନସୀର ହୁସୈନ ଦଳର ମୁଖପାତ୍ର ପଦରୁ ଇସ୍ତଫା ଦେଇଛନ୍ତି । ଦଳର ଅଧ୍ୟକ୍ଷ ଲାଗି ନିର୍ବାଚନ ଲଢୁଥିବା ମଲ୍ଲିକାର୍ଜୁନ ଖାଡଗେଙ୍କ ଲାଗି ଏମାନେ ପ୍ରଚାର ପାଇଁ ସେ ଇସ୍ତଫା ଦେଇ ଥିବା କହିଛନ୍ତି । ଏହି ତିନି ଜଣ ବିବୃତି ଜାରିକରି କହିଛନ୍ତି,ଦଳ ଅଧ୍ୟକ୍ଷ ଭାବେ ମଲ୍ଲିକାର୍ଜୁନ ଖାଡ଼ଗେଙ୍କ ନିର୍ବାଚନୀ ପ୍ରଚାର ପାଇଁ ଆମେ ମୁଖପାତ୍ର ପଦରୁ ଇସ୍ତଫା ଦେଇଛୁ । ଏହି ନିର୍ବାଚନ ମୁକ୍ତ ଓ ନିରପେକ୍ଷ ହେଉ ବୋଲି ଆମେ ଚାହୁଁଛୁ ବୋଲି କହିଛନ୍ତି । ଅପରପକ୍ଷେ,ଏହି ଇସ୍ତଫା ପରେ ଖାଡ଼ଗେଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି । ଖାଡ଼ଗେ କହିଛନ୍ତି, ମୁଁ ଗାନ୍ଧି ପରିବାର ଏବଂ ଅନ୍ୟ କଂଗ୍ରେସ ନେତାଙ୍କ ସହ ଆଲୋଚନା କରି ଏହାକୁ କାର୍ଯ୍ୟକାରୀ କରିବି । କଂଗ୍ରେସ ଜଣେ ବ୍ୟକ୍ତି, ଗୋଟିଏ ପଦବୀ ନୀତି ଅନୁଯାୟୀ ନାମାଙ୍କନ ଦିନ ହିଁ ମୁଁ ରାଜ୍ୟସଭାରେ ବିରୋଧୀଦଳର ନେତା ପଦରୁ ଇସ୍ତଫା ଦେଇଥିଲି । ମୁଁ କାହା ବିରୋଧରେ ମଇଦାନକୁ ଓହ୍ଲାଇ ନାହିଁ । କଂଗ୍ରେସକୁ ମଜଭୁତ କରିବା ପାଇଁ ଅଧ୍ୟକ୍ଷ ପଦ ନିର୍ବାଚନକୁ ଓହ୍ଲାଇଛି । ସେ ଅହୁରି କହିଛନ୍ତି ଯେ, କଂଗ୍ରେସର ବହୁ ବରିଷ୍ଠ ତଥା ଯୁବ ନେତାଙ୍କ ନିର୍ଦ୍ଦେଶରେ ସେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଗତକାଲି ରାଜ୍ୟସଭାର ବିରୋଧୀ ଦଳ ନେତା ପଦରୁ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାଡଗେ ଇସ୍ତଫା ଦେଇଥିଲେ । କଂଗ୍ରେସ ଅଧ୍ୟକ୍ଷ ପଦର ନିର୍ବାଚନ ପୂର୍ବରୁ ମଲ୍ଲିକାର୍ଜୁନ ଖାଡଗେ ନିଜ ଇସ୍ତଫା ପତ୍ର କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କୁ ପଠାଇଛନ୍ତି ।

hiranchal ad1
Leave A Reply

Your email address will not be published.

six − four =