ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

0 66

ବୌଦ୍ଧ : ସ୍ୱାଧୀନତାର ୭୫ତମ ବର୍ଷ ଓ ଆଜାଦୀକା ଅମୃତ ମହୋତ୍ସବ ପୂର୍ତ୍ତି ଏବଂ ଜ଼ିଲ୍ଲା ସ୍ତରୀୟ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ଜ଼ିଲ୍ଲା ପ୍ରଶାସନ ତଥା ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସକାଳ ୫ଟାରେ ରାମଧୁନ ଅନୁଷ୍ଠିତ ହୋଇଥିଲା । ଏହାପରେ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ପକ୍ଷରୁ ପ୍ରଭାତଫେରି ଷ୍ଟାଡିୟମ ଠାରୁ ବାହାରି ଗାନ୍ଧୀ ଛକ ଦେଇ ସହର ପରିକ୍ରମା କରିଥିଲା । ପରେ ଏନ.ଏ.ସି. ଛକରୁ ବସଷ୍ଟାଣ୍ଡ ଯାଏଁ, ଏବଂ ସହରର ବିଭିନ୍ନ ସ୍ଥାନରେ ସ୍ୱଚ୍‌ଛ ଭାରତ ଅଭିଯାନ ଏବଂ ପ୍ଲାଷ୍ଟିକ ମୁକ୍ତ ଅଭିଯାନରେ ସମୁହ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗାନ୍ଧୀଛକଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂତ୍ତିରେ ସାମୁହିକ ମାଲ୍ୟାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ତାପରେ ସମସ୍ତ ଅତିଥି ଓ ଛାତ୍ରଛାତ୍ରୀ ପଦଯାତ୍ରାରେ ଟାଉନହଲଠାରେ ପହଞ୍ଚିଥିଲେ । ଏହି ଉପଲକ୍ଷେ ବୌଦ୍ଧର ଦୁଇ ସ୍ୱାଧିନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଟାଉନହଲଠାରେ ସର୍ବଧର୍ମ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭୁତି ପାଢୀ ପବିତ୍ର ଗୀତା ପାଠ କରିଥିଲେ,ମାନସ ରଂଜନ ନାଏକ ବାଇବେଲ ପାଠ କରିଥିଲେ ଓ ସାହାବୁଦ୍ଦିନ ଖାଁ କୋରାନ ପାଠ କରିଥିଲେ । ପରେ ଉଚ୍ଚ ବିଦ୍ୟାଳୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା,ମଧ୍ୟ ଇଂରାଜୀ ବିଦ୍ୟାଳୟସ୍ତରୀୟ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା ଏବଂ ଗାନ୍ଧିଜୀଙ୍କ ବେଶ ପୋଷାକଧାରୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।

hiring

ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ,ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଜିଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର,ଅତିରିକ୍ତ ପିଡି ପ୍ରତାପ ଚନ୍ଦ୍ର ପ୍ରଧାନ, ଉପଜିଲ୍ଲାପାଳ ସନତ କୁମାର ନାଏକ, ତହସିଲଦାର ଦେବୀ ପ୍ରସାଦ ଦାଶ,ଜିଲା ଶିକ୍ଷାଅଧିକାରୀ ଡଃ. ଉଦୟନାଥ ମାଝି, ଏନଏସି ନିର୍ବାହୀ ଅଧିକାରୀ ମନୋରଂଜନ ପଣ୍ଡା ଏବଂ ସମସ୍ତ କାଉନସିଲର ଓ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ଯୋଗଦେଇଥିଲେ । ଏହି ଅବସରରେ ଜିଲା ପ୍ରଶାସନ ପକ୍ଷରୁ ମୁଖ୍ୟଅତିଥିଙ୍କ ଦ୍ୱାରା ପିପ୍ପଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅପରାହ୍ନରେ ଜିଲା ପାଠାଗାରର ଶୁଭ ଉଦଘାଟନ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ,ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତଙ୍କ ଦ୍ୱାରା କରାଯାଇଛି । ଏହି ଅବସରରେ ଜିଲାପାଳ ସତ୍ୟରଂଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମନ୍ତ୍ରୀ ଶ୍ରୀ ଅମାତ ପୁସ୍ତକ ପ୍ରତି ଆକର୍ଷଣ ବୃଦ୍ଧି ପାଇଁ ଜିଲାପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିôବା ପଦକ୍ଷେପକୁ ପ୍ରଶଂସା କରିବା ସହିତ ନିଜ ସହିତ ପରିବାରର ପାଞ୍ଚଜଣ ସଦସ୍ୟଙ୍କୁ ପାଠାଗାରର ସଦସ୍ୟ କରାଇଥିଲେ । ଜିଲାପାଳ ଶ୍ରୀଯୁକ୍ତ ସାହୁ ଜିଲା ପ୍ରଶାସନର ସମସ୍ତ ଅଧିକାରୀ ଦୈନିକ ଅତି କମ୍‌ରେ ଅଧଘଣ୍ଟା ଲେଖାଏଁ ପାଠାଗାରକୁ ଆସି ପୁସ୍ତକ ପଢିବାକୁ ନିର୍ଦ୍ଦେଶ ଦେବା ସହିତ ପାଠାଗାରର ସଦସ୍ୟ ସଂଖ୍ୟା ବୃଦ୍ଧି କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ ।ମୁଖ୍ୟଅତିଥିଙ୍କ ଦ୍ୱାରା ବୌଦ୍ଧ ଏନଏସି ପକ୍ଷରୁ ନିର୍ମିତ ରାମେଶ୍ୱର ପାର୍କକୁ ମଧ୍ୟ ମୁଖ୍ୟଅତିଥି ଶ୍ରୀ ଅମାତ ଲୋକାର୍ପିତ କରିଥିଲେ । ସନ୍ଧ୍ୟାରେ ଟାଉନହଲଠାରେ ଭଜନ ସମାରୋହ ସହିତ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅନ୍ୟତମ ଅତିଥି ଭାବରେ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର,ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା,ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର ଓ ଉପଜିଲାପାଳ ସନତ କୁମାର ନାଏକ ପ୍ରମୁଖ ଯୋଗଦେଇ ଜିଲା ପାଠାଗାରର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଉଦଘାଟନୀ ଉତ୍ସବ ଅବସରରେ ବୌଦ୍ଧ ତହସିଲଦାର ଦେବୀ ପ୍ରସାଦ ଦାଶ,ଜିଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁଙ୍କ ସମେତ ଉପନଗରପାଳ ସୁଭାଷିନୀ ସେଠୀ ଓ ସମସ୍ତ କାଉନସିଲର ଉପସ୍ଥିତ ଥଲେ । ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

five × 4 =