ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

0 148

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ କୋର୍ଟ ଛକ ନିକଟସ୍ଥ ଫୁଲବାଣୀ ଫୁଟବଲ୍‌ କ୍ଲବ ଠାରେ ଫୁଲବାଣୀ ଫୋଟୋଗ୍ରାଫି ସଂଘ ପକ୍ଷରୁ ବିଶ୍ୱ ଫୋଟୋଗ୍ରାଫି ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କେକ କାଟିବା ସହ ଜିଲ୍ଲା ସଭାପତି ରାଜେଶ ପାଣିଗ୍ରାହୀ
ଆସନ୍ତା ନଭେମ୍ବର ମାସରେ ଭୁବେନଶ୍ୱର ଠାରେ ଫଟୋ ଫେର ହେବା ଏବଂ ସେଥିରେ କିପରି ଅଂଶ ଗ୍ରହଣ କରିବା ସେ ନେଇ ଆଲୋଚନା ହୋଇଥିଲା । ଏଥି ସହିତ ସଭାପତି ବିଶ୍ୱ ଫଟୋ ଗ୍ରାଫି ଦିବସ ପାଳନର ଉଦ୍ଦେଶ୍ୟ ଉପରେ ମଧ୍ୟ ଆଲୋକପାତ କରିଥିଲେ । ଅଗଷ୍ଟ ୧୯, ୧୮୩୯ ମସିହାରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳନ ହୋଇ ଆସୁଅଛି । ଫଟୋଗ୍ରାଫି କ୍ଷେତ୍ରରେ ଯୋଗଦାନ କରିଥିବା ଫଟୋଗ୍ରାଫର ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଲକ୍ଷ୍ୟରେ ପ୍ରତିବର୍ଷ ଅଗଷ୍ଟ ୧୯ରେ ପାଳନ କରାଯାଏ । ଲୋକମାନଙ୍କ କଳାକୁ ଉତ୍ସାହିତ କରିବା ପାଇଁ ଏହି ଦିବସ ପାଳନ କରାଯାଏ । ବିଜ୍ଞାପନ ଫଟୋଗ୍ରାଫରମାନେ ମଧ୍ୟ ଏହି କଳାର ଅଗ୍ରଦୂତ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରନ୍ତି, ଯେଉଁମାନେ ସେମାନଙ୍କୁ ଫଟୋଗ୍ରାଫି ନେବାକୁ ପ୍ରେରଣା ଯୋଗାଇବାରେ ସହାୟକ ହୋଇପାରିବ ବୋଲି କହିଥିଲେ । ଅନ୍ୟ ଫଟୋଗ୍ରାଫର ମାନଙ୍କ ମଧ୍ୟରେ ଜଗା ଦାଶ, କାହ୍ନା ପଟ୍ଟନାୟକ, ଅଭିଷେକ ଗୌରବ, ରାଜା ବେହେରା, ସନ୍ତୋଷ ଦଳେଇ, ବିକାଶ ମିଶ୍ର, ରାମକୃଷ୍ଣ ପଣ୍ଡା, ବାଦଲ ବଗର୍ତ୍ତୀ, ଚିନ୍ମୟ ବେହେରା, କାହ୍ନା ଦିଗାଲ, ଅସିତ୍‌ କୁମାର ବେହେରା, କୃତିଦିପନ୍‌ ଭୋଇ ପ୍ରମୁଖ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

2 × 1 =