ହିନ୍ଦୁ ସମାଜ ସସ୍କୃତି ପରମ୍ପରାର ଅପମାନକୁ ଆଉ ବରଦାସ୍ତ କରାଯିବନି, ଦୃଢ ପ୍ରତିବାଦ କରିବ ହିନ୍ଦୁ ସୁରକ୍ଷା ମଞ୍ଚ

0 259

ଜି. ଉଦୟଗିରି : ଯିଏ ଯେଉଁଠି ଯେମିତି ପାରିଲେ ହିନ୍ଦୁ ସମାଜ ସସ୍କୃତି ପରମ୍ପରାକୁ ବ୍ୟାଙ୍ଗ, ବିଦ୍ରୁପ ଅପମାନିତ କରି ଚାଲିଛନ୍ତି । ଦିନକୁ ଦିନ ଏହା ଦେଶ ରାଜ୍ୟ ସହିତ ଜିଲ୍ଲାରେ ମଧ୍ୟ ବଢିବାରେ ଲାଗିଛି । ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛି ହିନ୍ଦୁ ସୁରକ୍ଷା ମଞ୍ଚ । ଏଣିକି ଆଉ ବରଦାସ୍ତ କରାଯିବନି ହିନ୍ଦୁ ସମାଜ ସସ୍କୃତି ପରମ୍ପରାର ଅପମାନକୁ । ଦୃଢ ପ୍ରତିବାଦ କରାଯିବା ସହିତ ଜିଲ୍ଲା ବ୍ୟାପୀ ହେବ ଆନ୍ଦୋଳନ । ଅପମାନିତ କରୁଥିବା ବ୍ୟକ୍ତିଙ୍କ ବରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିବ । ବୈଠକ କରି ଏମିତି ନିଷ୍ପତ୍ତି ନେଇଛି ହିନ୍ଦୁ ସୁରକ୍ଷା ମଞ୍ଚ । ବୁଧବାର ଦିନ କତିଙ୍ଗିଆ କମଳବନ ଠାରେ ଆୟୋଜିତ ବୈଠକରେ ହିନ୍ଦୁ ସୁରକ୍ଷା ମଞ୍ଚର କର୍ମକର୍ତ୍ତା ଚୟନ କରାଯିବା ସହିତ କିପରି ରହିବ କାର୍ଯ୍ୟ ପଦ୍ଧତି ନିଷ୍ପତ୍ତି କରିଛି । ହିନ୍ଦୁ ସୁରକ୍ଷା ମଞ୍ଚ ସଂଯୋଜକ ମାନଗୋବିନ୍ଦ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ ବୈଠକରେ ସଭାପତି ଭାବେ ମାଜିରା ପ୍ରଧାନ, ସଂପାଦକ ଭାବେ ଭେଙ୍କେଟେଶ୍ୱର ବେହେରା, ଉପଦେଷ୍ଟା ମଣ୍ଡଳୀ ଭାବେ ବନବାସୀ ସଂନ୍ଥ ସୁଦୟା ଆବା, ଅବନେଶ୍ୱର ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ମହାପାତ୍ର ପ୍ରଧାନ ମନୋନୀତ ହୋଇଥିବା ବେଳେ କାର୍ଯ୍ୟକାରୀ ସଭ୍ୟ ଭାବେ ମାୟା ବନ୍ଧୁ ପ୍ରଧାନ, ଉମେଶ ପ୍ରଧାନ, ଅର୍ଜୁନ କହଁର, ସରତ ପ୍ରଧାନ, ଲଳିତ ପ୍ରଧାନ, ବସନ୍ତ ପ୍ରଧାନ, ସୁଦାମ ପ୍ରଧାନ ପ୍ରମୁଖ ରହିଛନ୍ତି । ବୈଠକରେ ବିଶ୍ୱ ଆଦିବାସୀ ଦିବସରେ ଫୁଲବାଣୀ ଠାରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ କୁଶପୁତ୍ତଳିକା ଦାହ କରିବା ଘଟଣା ଉପରେ ତୀବ୍ର ନିନ୍ଦା କରିବା ସହିତ ସମଗ୍ର ହିନ୍ଦୁ ସମାଜକୁ ମାନସିକ ଆଘାତ ଦେଇଛି । ଏହାର ଦୃଢ ପ୍ରତିବାଦ କରୁଛି ସୁରକ୍ଷା ମଞ୍ଚ ।

hiranchal ad1
Leave A Reply

Your email address will not be published.

four × 4 =