ରାଜୁ ଶ୍ରୀବାସ୍ତବଙ୍କ ଉପରୁ ଆଶା ଛାଡ଼ିଲେ ଡାକ୍ତର

0 118

ନୂଆଦିଲ୍ଲୀ : ଲୋକପ୍ରିୟ ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ଉପରୁ ଏବେ ଆଶା ଛାଡ଼ି ଦେଇଛନ୍ତି ଡାକ୍ତର । ହୃଦ୍‌ଘାତ ପରେ ଗତ ଅଗଷ୍ଟ ୧୦ ତାରିଖରୁ ତାଙ୍କୁ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭେଣ୍ଟିଲେଟରରେ ରଖାଯାଇଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ୫୮ ବର୍ଷୀୟ କମେଡିଆନଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ଘଟୁନାହିଁ, ବରଂ ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି । ତାଙ୍କର ଘନିଷ୍ଠ ବନ୍ଧୁ ସୁନୀଲ ପାଲ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ରାଜୁଙ୍କ ବ୍ରେନ୍‌ ଡେଡ୍‌ (ମସ୍ତିଷ୍କ ଅଚଳ) ବୋଲି ଘୋଷଣା କରାଯାଇଛି । ଭାରତର ଖ୍ୟାତନାମା ସ୍ନାୟୁରୋଗ ବିଶେଷଜ୍ଞ ଡ. ପଦ୍ମ ଶ୍ରୀବାସ୍ତବଙ୍କୁ କୋଲକାତାରୁ ଡକାଯାଇଛି । ପ୍ରଶଂସକମାନେ ରାଜୁଙ୍କ ଆଶୁ ଆରୋଗ୍ୟ କାମନା କରି ପ୍ରାର୍ଥନା କରୁଛନ୍ତି । ସୁନୀଲ ପାଲ କହିଛନ୍ତି ଯେ ତାଙ୍କର ମସ୍ତିଷ୍କ ଆଉ କାମ କରୁନି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ରାଜୁଙ୍କ ପରିବାର ସହ ଫୋନ୍‌ରେ କଥା ହେବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଚିନ୍ତା ପ୍ରକଟ କରିଛନ୍ତି । ତାଙ୍କୁ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

14 + nine =