ବାଇକ୍‌ ଦୁର୍ଘଟଣାଗ୍ରସ୍ତ, ୨ ଗୁରୁତର

0 364

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଳକ ଅନ୍ତର୍ଗତ କୋଚିଲାଗଡ଼ ଚେକ ପୋଷ୍ଟରେ ଭୋର ସକାଳୁ ଦୁଇଜଣ ମୋଟର ସାଇକେଲ ଆରୋହୀ ବାଡେ଼ଇ ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛନ୍ତି । ସୂଚନା ପ୍ରକାରେ ଉଭୟେ ବପଲମେଣ୍ଡି ଗ୍ରାମର ମାନସ କହଁର ଓ ଲୁଜୁରାମୁଣ୍ଡା ଗ୍ରାମର ନବୀନ ବିଷୋୟୀ ବୋଲି ଜଣାପଡିଛି । କୌଣସି ଏକ କାମରେ ଭୋର ସକାଳୁ ଶଙ୍କରାଖୋଲ ଠାରୁ ଟିକାବାଲି ଅଭିମୁଖେ ଗ୍ରସ୍ତ କରୁଥିବା ବେଳେ ପ୍ରବଳ କୁହୁଡି ଯୋଗୁଁ ଆଖିକୁ ଦେଖା ନଯିବାରୁ କୋଚିଲାଗଡ଼ରେ ରଖା ଯାଇଥିବା ଚେକ ପୋଷ୍ଟରେ ଗାଡି ବାଡେଇ ହୋଇ ଘଟଣା ସ୍ଥଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବାର ସ୍ଥାନୀୟ ବାସିନ୍ଦା ଦେଖି ଥିଲେ । ସ୍ଥାନୀୟ ବାସିନ୍ଦା କହିବା ଅନୁସାରେ ପ୍ରଥମେ ୧୦୮କୁ ଯୋଗାଯୋଗ କରାଯାଇଥିଲା କିନ୍ତୁ ନମ୍ବର ନ ଲାଗିବାରୁ ଟିମ ହ୍ୟୁମାନିଟିର ଆବାହକ ଭି ଲୋକନାଥ ରାଜୁଙ୍କୁ ଯୋଗାଯୋଗ କରିଥିଲେ । ଭୋରରୁ ଲୋକନାଥ ରାଜୁଙ୍କ ଯୋଗାଯୋଗରେ ଟିମ ହ୍ୟୁମାନଟି ସଦସ୍ୟ ଅବିଳମ୍ବେ ପହଞ୍ଚି ଆହତଙ୍କୁ ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରାଇଥିଲେ । ଡାକ୍ଟର ପ୍ରାଥମିକ ଚିକିତ୍ସା ପରେ ମାନସର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତରିତ ପାଇଁ ପରାମର୍ଶ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

twelve + six =