ବର୍ଷା ବିଗାଡିପାରେ ଭାରତ-ପାକିସ୍ତାନ ବିଶ୍ୱକପ ମ୍ୟାଚ !

0 75

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ଚାଲିଥିବା ଟି-୨୦ ବିଶ୍ୱକପର ଭାରତ-ପାକିସ୍ତାନ ମ୍ୟାଚ ଉପରେ ସାରା ବିଶ୍ୱର କ୍ରିକେଟ ପ୍ରେମୀଙ୍କ ନଜର ରହିଛି । ମ୍ୟାଚକୁ ନେଇ ଏକ ରିପୋର୍ଟ ଆସିଛି ଯାହାକୁ ନେଇ କ୍ରିକେଟ ପ୍ରଶଂସକମାନେ ଚିନ୍ତାରେ ପଡିଯାଇଛନ୍ତି। ରିପୋର୍ଟ ଅନୁଯାୟୀ ଅଷ୍ଟ୍ରେଲିଆର ମେଲବର୍ଣ୍ଣ ମହାନଗରରେ ୨୩ ତାରିଖ ଦିନ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଦିନ ଭାରତ-ପାକିସ୍ତାନ ମ୍ୟାଚ୍‌ ଏଠାକାର ପଡିଆର ଅନୁଷ୍ଠିତ ହେବାର ଖେଳସୂଚୀ ରହିଛି । ରିପୋର୍ଟ ମୁତାବକ ଏହି ସହରରେ ୨୧ ତାରିଖରୁ ବର୍ଷା ଆରମ୍ଭ । ୨୧ତାରିଖ ଦିନ ୬୫ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ରିପୋର୍ଟ ମୁତାବକ ଆଜି ଓ ଆସନ୍ତାକାଲି ଏଠାରେ ବର୍ଷା ହେବାର କୌଣସି ସମ୍ଭାବନା ନାହିଁ । କିନ୍ତୁ ଗୁରୁବାର ରାତିରେ କିଛି ବର୍ଷା ହେବାର ସମ୍ଭାବନା ରହିଛି । ୨୧ ତାରିଖଠାରୁ ୨୩ ତାରିଖ ଯାଏଁ ଆକାଶ ମେଘାଚ୍ଛନ୍ନ ରହିବା ସହିତ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
୨୧ ଅକ୍ଟୋବର (ଶୁକ୍ରବାର) ରେ ବର୍ଷା ହୋଇପାରେ ଏବଂ ୨୨ ଅକ୍ଟୋବର (ଶନିବାର) ରେ ୯୬% ବର୍ଷାର ସମ୍ଭାବନା ଅଛି । ଅକ୍ଟୋବର ୨୩ (ରବିବାର) ରେ ମଧ୍ୟ ସହରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ୧୦୦% ମେଘୁଆ ହେବ । ତେଣୁ ଦ୍ରୁତ ବୋଲରମାନେ ମେଲବୋର୍ଣ୍ଣ ଟ୍ରାକରୁ କିଛି ସୁଇଙ୍ଗ୍‌ ଏବଂ ସିମ୍‌ ପାଇପାରନ୍ତି । ଯଦି ମ୍ୟାଚ୍‌ ହୁଏ, ଏହା ଭଲ ହେବ, କିନ୍ତୁ ଯଦି ବର୍ଷା ବାଧା ସୃଷ୍ଟି କରେ, ତେବେ କ୍ରିକେଟ୍‌ ପ୍ରଶଂସକମାନେ ନିରାଶ ହେବେ ।

hiranchal ad1
Leave A Reply

Your email address will not be published.

5 × 2 =