ମନେରେଗାରେ କାମ ଯୋଗାଇ ଦେବାକୁ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କଲେ ସରମୁହାଣ ଶ୍ରମିକ

0 196

ପାଟଣାଗଡ : ସରକାର ମନରେଗା ଯୋଜନାରେ ଶହେ ଦିନର କାମ ଯୋଗାଉଥିବାବେଳେ ଶହେ ଦିନର କାମ ସରିଯିବା ପରେ ଏବେ କାମ ନପାଇ ଶ୍ରମିକମାନେ ଘରେ ବସିଛନ୍ତି । ପେଟ ପୋଷିବା ପାଇଁ ତାଙ୍କରର ଅନ୍ୟ ଉପାୟ କିଛି ନଥିବାରୁ ସେମାନେ ଆଜି ବିଡିଓଙ୍କ ନିକଟରେ ଫେରାଦ ହୋଇଛନ୍ତି । ଶ୍ରମିକ ମାନେ ହେଲେ ପାଟଣାଗଡ଼ ବ୍ଲକ ସରମୁହାଣ ଗାଁର । ଚଳିତ ମାନରେଗା ଯୋଜନାରେ ଭଲ କାମ କରି ଦୁଇ ପଇସା ରୋଜଗାର କରିଥିଲେ । ହେଲେ ୧୦୦ ଦିନର କାମ କରି ସାରିଥିବାରୁ ଆଉ କାମ ମିଲୁନି ଯାହା ପାଇ ଘରେ ବସିଛନ୍ତି ଗାଁର ଶତାଧିକ ଶ୍ରମିକ । କାମ କରିବା ପାଇଁ ଇଛୁକ ଥିଲେ ବି କାମ ମିଳୁନି । ସେମାନେ ଏବେ କ’ଣ କରିବେ ତାହାକୁ ନେଇ ଚିନ୍ତାରେ ଅଛନ୍ତି । ସେମାନେ କହିଛନ୍ତି ଆମକୁ କାମ ଦିଅ, ନହେଲେ ଆମେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବ । ଏ ନେଇ ବିଡିଓଙ୍କ ଆମ ପ୍ରତିନିଧି ପଚାରିବାରୁ ସେ କୌଣସି ଉତ୍ତର ଦେବାକୁ ମନା କରି ଦେଇଥିଲେ ।

hiranchal ad1
Leave A Reply

Your email address will not be published.

four × 3 =