ଜିଲ୍ଲା ସ୍ତରୀୟ ଧାନ କ୍ରୟ ମଣ୍ଡିର ଶୁଭ ଉଦଘାଟନ

0 41

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ମୁଖ୍ୟ ବଜାର ପ୍ରାଙ୍ଗଣରେ ଜିଲ୍ଲା ସ୍ତରୀୟ ଖରିଫ ୨୦୨୨- ୨୦୨୩ ଧାନ କ୍ରୟ ମଣ୍ଡିକୁ ପ୍ରଦୀପ ପ୍ରଜ୍ୱଳନ କରି ଗଜପତି ଜିଲ୍ଲାପାଳ ଶୁଭ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ସଂସଦ ପ୍ରତିନିଧି ଏସ ଲିଙ୍ଗରାଜ, ହାଇ ଟେକ ଗ୍ରୁପର ଅଧ୍ୟକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ ତିରୁପତି ରାଓ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପ୍ରଦୀପ ନାୟକ, ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ରୋମାଞ୍ଚଳ ଖମାରୀ, ଏଆରସିଏସ୍‌ ହରିହର ସେଠୀ, ଏସ୍‌ଏଆର୍‌ସି ନାରାୟଣ ସେଠୀ, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଏଲ ରଘୁବାବୁ, ଜିଲ୍ଲା ପରିଷଦ ସଭ୍ୟ ଏସ ବାଲରାଜୁ, ଗଜପତି ଜିଲ୍ଲା କୃଷକ ସଙ୍ଘ ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, ଗୋଶାଣୀ ବ୍ଳକ ଅଧ୍ୟକ୍ଷ ବୀରରାଜୁ, ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ ପାଳ ପ୍ରମୁଖ ଉପସ୍ଥିତ ଥିଲେ । ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଯୋଗାଣ ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରା ପ୍ରଦାନ କରିଥିଲେ । ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଓ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଚଳିତ ୨୦୨୨-୨୦୨୩ ଖରିଫ ବର୍ଷରେ ଉତ୍ପାଦିତ ଧାନ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଦରରେ ନିକଟସ୍ଥ ପ୍ରାଥମିକ କୃଷି ସମବାୟ ସମିତି, ବୃହତ କାର କୃଷି ସମବାୟ ସମିତି ଏବଂ ୨୧ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଆଜିଠାରୁ ଧାନ କ୍ରୟ କରିବା ପାଇଁ ବ୍ୟବସ୍ଥା ରହିଛି । ମଣ୍ଡିକୁ ଶୁଖିଲା, ସଫା ଧାନ ଆଣିବାକୁ ନିର୍ଦ୍ଦେଶ ରହିଛି । ଏହି କାର୍ଯ୍ୟକ୍ରମରେ କୃଷକ, ସ୍ୱୟଂ ସହାୟକ ଗୋଷ୍ଠୀ, ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ପରିଶେଷରେ ଯୋଗାଣ ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

ten + three =