ଓଡିଶାର ୧୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

0 228

ଭୁବନେଶ୍ୱର : ଆଗାମୀ ଲୋକସଭା ୨୦୨୪ ନିର୍ବାଚନ ପାଇଁ ବିଜେପି ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏଥିରେ ଓଡିଶାର ୧୮ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି । ବହୁ ଚର୍ଚ୍ଚିତ ସମ୍ବଲପୁର ଆସନରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥର ନିର୍ବାଚନ ଲଢିବେ । ସେହିପରି ଭୁବନେଶ୍ୱର ଲୋକସଭା ଆସନ ପାଇଁ ସାଂସଦ ଅପରାଜିତା ଷଡଙ୍ଗୀ ପୁଣି ଥରେ ମୈଦାନକୁ ଓହ୍ଲାଇବେ । ସେହିପରି ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ପ୍ରଦୀପ ପାଣିଗ୍ରାହୀ ବ୍ରହ୍ମପୁର ଲୋକସଭା ଆସନରୁ ଲଢିବେ । ଅନ୍ୟପକ୍ଷରେ ଗତଥର ଭଳି ସୁନ୍ଦରଗଡରୁ ଜୁଏଲ ଓରାମ,ପୁରୀରୁ ସମ୍ବିତ ପାତ୍ର, ବାଲେଶ୍ୱରରୁ ପ୍ରତାପ ଷଡଙ୍ଗୀ ଓ ବଲାଙ୍ଗୀରରୁ ସଂଗୀତା ସିଂହଦେଓ ନିର୍ବାଚନ ଲଢିବେ । ଅନ୍ୟପକ୍ଷରେ ବରଗଡ ସାଂସଦ ଥିବା ସୁରେଶ ପୂଜାରୀଙ୍କ ସ୍ଥାନରେ ପ୍ରଦୀପ ପୁରୋହିତ ଏଥର ନିର୍ବାଚନ ଲଢିବେ । ସେ ପୂର୍ବରୁ ପଦ୍ମପୁର ବିଧାୟକ ପ୍ରାର୍ଥୀ ଭାବେ ଲଢି ପରାଜିତ ହୋଇଥିଲେ । କେନ୍ଦୁଝରରୁ ଅନନ୍ତ ନାଏ, ମୟୁରଭଞ୍ଜରୁ ନବଚରଣ ମାଝୀ, ଭଦ୍ରକରୁ ଅଭିମନ୍ୟୁ ସେଠୀ, ଢେଙ୍କାନାଳରୁ ରୁଦ୍ର ନାରାୟଣ ପାଣି, କଳାହାଣ୍ଡିରୁ ମାଲବିକା କେଶରୀ ଦେଓ, ନବରଙ୍ଗପୁରରୁ ବଳଭଦ୍ର ମାଝୀ, କେନ୍ଦ୍ରାପଡାରୁ ବୈଜୟନ୍ତ ପଣ୍ଡା, ଜଗତସିଂହପୁରରୁ ବିଭୁପ୍ରସାଦ ତରାଇ, କୋରାପୁଟରୁ କଲେରାମ ମାଝୀ ପ୍ରମୁଖ ନିର୍ବାଚନ ମୈଦାନକୁ ଓହ୍ଲାଇବେ ।

hiring
hiranchal ad1
Leave A Reply

Your email address will not be published.

two × five =