ବାଲୁକା କଳା ମାଧ୍ୟମରେ ଆତଙ୍କୀ ହମଲାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି

0 52

ପୁରୀ : ବାଲୁକା ଚିତ୍ରକଳାରେ ରୁଷିଆର ମସ୍କୋରେ ହୋଇଥିବା ଆତଙ୍କୀ ହମଲାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି । ଗତକାଲି ରାତିରେ ରୁଷିଆର ମସ୍କୋରେ ବଡଧରଣର ଆତଙ୍କୀ ହମଲାରେ ଶତାଧିକ ନୀରିହ ଲୋକଙ୍କ ମୃତ୍ୟୁ ହୋଇଥିଲା । ଆତଙ୍କବାଦୀଙ୍କ ଆଖିବୁଜା ଗୁଳିମାଡରେ ଅନେକ ସେଠାରେ ଟଳିପଡିଥିଲେ । ତେବେ ମୃତକ ମାନଙ୍କୁ ବାଲୁକା ଚିତ୍ରକଳା ଜରିଆରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଘଟଣାକୁ ନିନ୍ଦା କରିଛନ୍ତି ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ସୁଦର୍ଶନଙ୍କ ଦ୍ୱାରା ପ୍ରସ୍ତୁତ ଏହି ବାଲୁକାକଳାରେ ପ୍ରାୟ ୪ ଟନ୍‌ ବାଲି ଉପଯୋଗ ହୋଇଥିବା ବେଳେ ଏହାକୁ ସମ୍ପର୍ଣ୍ଣ କରିବାକୁ ପ୍ରାୟ ୫ ଘଣ୍ଟା ସମୟ ଲାଗିଥିଲା । ତେବେ ଏହି ବାଲୁକାକଳାରେ ସୁଦର୍ଶନ ମୃତକଙ୍କ ପ୍ରତିକୃତିକୁ ସ୍ଥାନ ଦେବାସହ ସେଥିରେ STOP TERRORISM…WE STRONGLY CONDEMN THE HENIOUS TERRORIST ATTACK IN MOSCOWର ବାର୍ତ୍ତା ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

hiranchal ad1
Leave A Reply

Your email address will not be published.

one × 2 =