ଆହତ କଲରାପତରିଆ ବାଘକୁ ଚିକିତ୍ସା ପାଇଁ ନନ୍ଦନକାନନକୁ ପଠାଗଲା

0 601

ଦଶପଲ୍ଲା : ଆହତ କଲରାପତରିଆ ବାଘକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ନନ୍ଦନକାନନକୁ ପଠାଯାଇଥିବା ଜଣାପଡିଛି ।ଶୁକ୍ରବାର ଦିନ ବାଣିଗୋଚ୍ଛା ବନାଞ୍ଚଳ ଅଧିକାରୀ ଖବର ପାଇଥିଲେ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଏକ ବାଘର ଘୋଷଡା ଚି଼ହ୍ନ ପଡିଛି । ବନ ବିଭାଗ କର୍ମଚାରୀ ଖୋଜାଖୋଜି କଲାପରେ ଏକ ଗୁମ୍ଫା ଭିତରେ ବାଘ ଥିବା ଜାଣିବାକୁ ପାଇଥିଲେ । ମହାନଦୀ ୱାଇଲାଇଫ ଡ଼ିଏଫଓ ପିସିସିଫଙ୍କୁ ଖବର ଦେଇଥିଲେ । ଚନ୍ଦକାରୁ ଏକ ଟିମ ଓ ନନ୍ଦନକାନନ ଏକ ଟିମ ଆସି ବାଘକୁ ଟ୍ରାଂକୁଲାଇ କରିଥିଲେ । ବାଘର ଗୋଡ଼ଟି ଭାଙ୍ଗି ଯିବାରୁ ସେ ଚାଲି ନପାରି ଘୋଷାଡି ହୋଇ ଯାଇ ଗୁମ୍ଫା ଭିତରେ ଥିଲା । ଅଧିକ ଚିକିତ୍ସା ପାଇଁ ଗତକାଲି ସନ୍ଧ୍ୟାରେ ବାଘକୁ ନନ୍ଦନକାନନ ପଠାଯାଇଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ବାଘଟି ଶିକାର କଲାବେଳେ ଅସାବଧାନତା ଯୋଗୁ ତାହାର ଗୋଡ଼ଟି ଭାଙ୍ଗିଯାଇଛି ।

hiranchal ad1
Leave A Reply

Your email address will not be published.

15 + 2 =