ଡିସିଏ କାଉନସିଲ ସଦସ୍ୟ କମଳ ଦଳେଇଙ୍କ ବିୟୋଗରେ ଶୋକସଭା

0 69

ବୌଦ୍ଧ,୨୩/୩:- ପୂର୍ବତନ କ୍ରିକେଟ ଖେଳାଳୀ ତଥା ଜିଲ୍ଲା କ୍ରିକେଟ ଆସୋସିଏସନର କାଉନସିଲ ସଦସ୍ୟ କମଳ କୁମାର ଦଳେଇଙ୍କ (୫୭ବର୍ଷ) ବୟସରେ ଆଜି ଭୋର୍‌ ସମୟରେ ପରଲୋକ ଘଟିଛି । ତାଙ୍କ ପରଲୋକରେ ବୌଦ୍ଧରେ ଶୋକର ଛାୟା ଖେଳିଯାଇଛି । ସରକାରୀ ଚାକିରୀ କରୁଥିବା ସ୍ୱର୍ଗତ ଶ୍ରୀ ଦଳେଇ ଜଣେ ମେଳାପୀ, ପରୋପକାରୀ ଓ ଶାନ୍ତ ସ୍ୱଭାବର ବ୍ୟକ୍ତିତ୍ୱ ଥିଲେ । କିଛିଦିନ ହେଲା ସେ ଅସୁସ୍ଥ ହେବାସହ ଚିକିତ୍ସାଧୀନ ଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଭାଇ, ଭାଉଜ, ଝିଆରୀ, ପୁତୁରା, ସଂପର୍କୀୟ ଉପସ୍ଥିତ ଥିଲେ । । ସଂପର୍କୀୟମାନେ ପହଞ୍ଚିବା ପରେ ତାଙ୍କର ଶେଷକୃତ୍ୟ ସ୍ଥାନୀୟ ଶ୍ମଶାନ ଘାଟ ଠାରେ ସଂପନ୍ନ କରାଯାଇଛି । ତାଙ୍କ ପୁତୁରା ଅଂଶୁମାନ ଦଳେଇ ମୁଖାଗ୍ନି ଦେଇଥିବାବେଳେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷଦର୍ଶନ କରିଥିଲେ । ସ୍ୱର୍ଗତ ଶ୍ରୀ ଦଳେଇଙ୍କ ପରଲୋକରେ ବୌଦ୍ଧଜିଲ୍ଲା କ୍ରିକେଟ ଆସୋସିଏସନ ତରଫରୁ ଜିଲ୍ଲା ଷ୍ଟାଡିୟମ ଠାରେ ଏକ ଶୋକସଭା ଅନୁଷ୍ଠିତ କରାଯାଇଛି ।

hiring

ଜିଲ୍ଲା କ୍ରିକେଟ ଆସୋସିଏସନର ସଂପାଦକ ଯୁଗଳ କିଶୋର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକସଭାରେ ସଭାପତି ନିରଞ୍ଜନ ମେହେର, ଉପ-ସଭାପତି ଲମ୍ବୋଦର ପୁରୋହିତ, କାଉନସିଲ ସଦସ୍ୟ ଅଜିତ କୁମାର ଦେହୁରୀ, କୋଷାଧ୍ୟକ୍ଷ ଭବେଶ କୁମାର ଯୋଷୀ, ଅଜମତ ଖାଁ, କାଉନସିଲର ଦେବାଶିଷ ବିଶି, ଅକ୍ଷୟ ମହାକୁଡ, ନବକିଶୋର ଦୀପ, ସୌରଭ ପତିଙ୍କ ସମେତ ବହୁ ସଦସ୍ୟ, ଖେଳାଳୀ ଓ ଏକାଡେମୀର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ତାଙ୍କର ଅମର ଆତ୍ମାର ସଦଗତି ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରାଯିବାସହ ଉପସ୍ଥିତ ସଦସ୍ୟମାନେ ସ୍ୱର୍ଗତ ଶ୍ରୀ ଦଳେଇଙ୍କ ସ୍ମୃତିଚାରଣ କରିଥିଲେ ।

hiranchal ad1
Leave A Reply

Your email address will not be published.

7 + 15 =