ସିନାପାଲି ମହାବିଦ୍ୟାଳୟରେ ସଡକ ସୁରକ୍ଷା ସଚେତନତା

0 85

ସିନାପାଲି: ନୂଆପଡା ଜିଲ୍ଲା ସିନାପାଲି ଡିଗ୍ରୀ କଲେଜ ଏନଏସଏସ ୟୁନିଟ ତରଫରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଏନଏସଏସ ୟୁନିଟ ମୁଖ୍ୟ ଜିତେନ୍ଦ୍ର ରାଉତଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା । ଏହି ଅବସରରେ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏକ ଶୋଭାଯାତ୍ରାରେ ବାହାରି ସଡ଼କ ସୁରକ୍ଷା ଉପରେ ଅନେକ ନାରାବାଜି କରି ମହାବିଦ୍ୟାଳୟ ଠାରେ ପହଞ୍ଚି ସଚେତନତା ଉପରେ ଲୋକଙ୍କୁ ବୁଝାଇଥିଲେ । ଗାଡ଼ି ଚାଳକ ମାନେ ଦୁର୍ଘଟଣା ରକ୍ଷା ପାଇଁ ହେଲମେଟ ପିନ୍ଧି ଗାଡ଼ି ଚଳାନ୍ତୁ, ଦ୍ରୁତଗତିରେ ଗାଡ଼ି ଚଳାନ୍ତୁ ନାହିଁ, ନିଶା ସେବନ କରି ଗାଡ଼ି ଚଳାନ୍ତୁ ନାହିଁ,ଦୁଇ ଚକିଆ ଯାନରେ ଦୁଇ ଜଣରୁ ଅଧିକ ଲୋକ ବସାନ୍ତୁ ନାହିଁ, ଚାରି ଚକିଆରେ ସିଟ ବେଲ୍ଟ ପିନ୍ଧି ଗାଡ଼ି ଚଳାନ୍ତୁ, ସତର୍କତା ଅବଲମ୍ବନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସିନାପାଲି ମହାବିଦ୍ୟାଳୟ ପ୍ରିନ୍ସିପାଲ ଶ୍ରୀମତି ଡୁଙ୍ଗଡୁଙ୍ଗ ସମେତ ରଂଜୁ ମେହେର, ଉଦୟ ନାରାୟଣ ନାୟକ, ପ୍ରେମାନନ୍ଦ ମେହେର, ତିର୍ଥ ସୁନାନୀ, କୌଳାଶ ଗଣ, ଲିପିପୁଷ୍ପା ନାଏକ, ରଶ୍ମିରତା ମାଝି, ରଶ୍ମିତା ରାଣି ନନ୍ଦ ସହ ଅନେକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

1 × 5 =