ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ପ୍ରତିବାଦରେ କଂଗ୍ରେସ ଦଳର ସତ୍ୟାଗ୍ରହ

0 52

ନବରଙ୍ଗପୁର:- ସାଂସଦ ରାହୁଲ ଗାନ୍ଧୀଙ୍କ ସଦସ୍ୟ ପଦ ରଦ୍ଦ ଓ ଦୁଇ ବର୍ଷ ସଜା ମାନ୍ୟବର କୋର୍ଟ ଶୁଣାଇବା ପରେ ଏହାକୁ ଦୃଢ଼ ବିରୋଧ କରି ଆଜି ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟି ତରଫରୁ ଗାନ୍ଧୀ ନଗର ସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ସତ୍ୟାଗ୍ରହ କରାଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ମୁହଁରେ କଳା ପଟି ବାନ୍ଧି ସତ୍ୟାଗ୍ରହରେ ଭାଗ ନେଇଥିଲେ । ଏହି ସତ୍ୟାଗ୍ରହ ଦୀର୍ଘ ଦୁଇ ଘଣ୍ଟା ଧରି ଚାଲିଥିଲା । ଏଥିରେ ନନ୍ଦାହାଣ୍ଡି ବ୍ଲକ କଂଗ୍ରେସ ସଭାପତି ବୃନ୍ଦାବନ ତ୍ରୀପାଠୀ, ନବରଙ୍ଗପୁର ବ୍ଲକ କଂଗ୍ରେସ ସଭାପତି ଅବଦୁଲ୍‌ ଫିରୋଜ, ନଗର କଂଗ୍ରେସ ସଭାପତି ପ୍ରଦୀପ ସାହୁ, ନଗର ମଣ୍ଡଳ ସଭାପତି ନବ କାନ୍ତ ପଣ୍ଡା ଓ ନବ ଜୀବନ ମନ୍ଦାର, ରାଜ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟ ସଂଯୋଜକ ସୁନାମ ପାତ୍ରସୁନା, ଜିଲ୍ଲା କାର୍ଯ୍ୟ କାରୀ ସଦସ୍ୟ ଜି ପି ସାମନ୍ତରାୟ, ସମାଜ ସେବୀ ଲିଙ୍ଗରାଜ ବେହେରା ଓ ଶଙ୍କର ବେହେରା ଛାତ୍ର ନେତା ଆଦିତ୍ୟ ତ୍ରିପାଠୀ, ଆଇଏନ୍‌ଟିୟୁସି ସଭାପତି ଦିବାକର ପୂଜାରୀ ପ୍ରମୁଖଙ୍କ ସହ ବହୁ କର୍ମୀ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

9 − 3 =