ଦଣ୍ଡ ରଖିବାକୁ ନେଇ ଗୋଷ୍ଠୀ ସଂଘର୍ଷ: ଉଭୟ ପକ୍ଷରୁ ୮ ଆହତ

0 33

ଜହ୍ନ ।ପଙ୍କ,୨୬/୩:- ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଂଚାୟତ ଅନ୍ତର୍ଗତ ଚଣ୍ଡୀଗଡ଼ ଗ୍ରାମରେ ଦଣ୍ଡ ରଖିବାକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟି ଜଣେ ଗୁରୁତର ୭ ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଚଣ୍ଡୀଗଡ଼ ଶୈବ ପୀଠ ସ୍ୱପ୍ନେଶ୍ୱର ମନ୍ଦିରରୁ ଶନିବାର ମଧ୍ୟରାତ୍ରିରେ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଦଣ୍ଡ ଉଠିଥିଲା । ତେବେ ଗ୍ରାମବାସୀଙ୍କ କହିବା ଅନୁଯାୟୀ ଦଣ୍ଡ ଉଠିଲା ପରେ କେଉଁ ଆବାହମାନ କାଳରୁ ପ୍ରଥମଦିନ ଗାଁରେ ରହି ଆସିଛି । ଆଜି ସେବାୟତ ମାନେ ଗାଁରେ ଅଶୌଚ ଥିବା ଦର୍ଶାଇ ନିକଟସ୍ଥ ଗାଁକୁ ଯିବାବେଳେ ଗ୍ରାମର ଆବାଳ ବୃଦ୍ଧ ବନିତା ନିଜ ଗ୍ରାମକୁ ଦଣ୍ଡ ଆଣିବାକୁ ଅନୁରୋଧ କରିଥିଲେ । ସକାଳୁ ସେବାୟତ ଓ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ହୋଇ ଶୌଚ ହେଲେ ଗାଁ କୁ ଯିବୁ ବୋଲି କହିବାରୁ ସଂପୃକ୍ତ ବ୍ୟକ୍ତି ଶୌଚ ହୋଇଥିଲେ । କିନ୍ତୁ ପରେ ସେବାୟତ ମାନେ ଅମଙ୍ଗହୋଇ ଅନ୍ୟତ୍ର ଦଣ୍ଡ ନେବାକୁ ପ୍ରୟାସ କରୁଥିବାବେଳେ ଗ୍ରାମବାସୀ ପହଁଚି ଦଣ୍ଡ ଗାଁକୁ ନେବାକୁ କହିବାରୁ ଉଭୟ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । କ୍ରମେ ଏହା ଉଗ୍ର ରୂପନେଇ ଗୋଷ୍ଠୀ ସଂଘର୍ଷରେ ପରିଣତ ହୋଇଥିଲା । ଏଥିରେ ସେବାୟତ ମଧ୍ୟରୁ ଦୁଇ ଜଣ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଦୁଇଜଣ ସାମାନ୍ୟ ଆହତ ହୋଇଛନ୍ତି । ଗ୍ରାମବାସୀଙ୍କ ମଧ୍ୟରୁ ୪ ଜଣ ଆହତ ହୋଇଥିବା ଜଣାପଡିଛି । ଗୁରୁତର ଆହତଙ୍କୁ ବୌଦ୍ଧ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ସେବାୟତ ମାନେ ହେଲେ ଚଣ୍ଡିଗଡ଼ ଗ୍ରାମର ଶରତ ଦେହୁରୀ, ସନ୍ତୋଷ ଦେହୁରୀ, ଦେବରାଜ ଦେହୁରୀ , ବ୍ରଜ ମୋହନ ଦେହୁରୀ ଗ୍ରାମବାସୀଙ୍କ ମଧ୍ୟରୁ ସୁଶାନ୍ତ ମହାକୁଡ଼, ଶମ୍ଭୁ ପ୍ରଧାନ, ଝାଣ୍ଟୁ ପ୍ରଧାନ, ଗୋବିନ୍ଦ ମହାକୁଡ଼ ବୋଲି ଜଣାପଡିଛି । ସେମାନ ମଧ୍ୟରୁ ଅଧିକ ଗୁରୁତର ଥିବା ଶରତ ଦେହୁରୀଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି । ଘଟଣା ସ୍ଥଳରେ ଜହ୍ନାପଙ୍କ ଫାଣ୍ଡି ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ତେବେ ସନ୍ଧ୍ୟାରେ ଦଣ୍ଡ ପାଇଁ ପ୍ରସ୍ତୁତ କରିଥିବା ଭୋଗ, ବାନା ଓ ପୂଜା ସାମଗ୍ରୀ ନଦୀରେ ବିସର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲେ ।

hiranchal ad1
Leave A Reply

Your email address will not be published.

5 − four =