ବଣଭୋଜି ହେଲା କାଳ, ମହାନଦୀରେ ବୁଡି ଛାତ୍ରୀଙ୍କ ମୃତ୍ୟୁ

0 68

ସୁବର୍ଣ୍ଣପୁର/ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ଅନ୍ତର୍ଗତ ଏକ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ବାର୍ଷିକ ଉତ୍ସବ ଅବସରରେ ନିକଟସ୍ଥ ମହାନଦୀ ପଠାକୁ ବଣଭୋଜି ପାଇଁ ଯାଇଥିଲେ । ସେଠାରେ ଛାତ୍ରଛାତ୍ରୀ ମାନେ ଖେଳକୁଦ କରିବା ପରେ ସମସ୍ତଙ୍କୁ ଗାଧୋଇବାକୁ ଯାଇଥିଲେ । ଛାତ୍ରୀମାନେ ଗାଧାଉଥିବା ବେଳେ ଗୈାଉଡକେଲା ଗ୍ରାମର ଅଷ୍ଟମ ଶ୍ରେଣୀ ଛାତ୍ରୀ ଶ୍ରୀଜିତା ଶୁଭଲକ୍ଷ୍ମୀ ଗଭୀର ପାଣି ସୁଅରେ ବୁଡି ଯାଇଥିଲେ । ଶିକ୍ଷକ ମାନେ ତାଙ୍କୁ ପାଣିରୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ବୀରମହାରାଜପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ଥାଉକି କି ଯେ, କିଛି ବର୍ଷ ପୂର୍ବେ ମୃତା ଛାତ୍ରୀଙ୍କ ବାପା ପ୍ରମୋଦ ମିଶ୍ର କୌଣସି କାରଣରୁ ଟ୍ରେନ ଲାଇନରେ ଆତ୍ମହତ୍ୟା କରିଥିଲେ । ତା’ର କିଛି ମାସ ପରେ ତାଙ୍କ ମାଁ ଗାଧୁଆ ଘରେ ଆତ୍ମହତ୍ୟା କରିଥିଲେ । ଫଳରେ ମୃତ ଛାତ୍ରୀ ଜଣକ ନିଜ ଆଈ, ବଡ ବାପାଙ୍କ ପାଖରେ ରହୁଥିଲେ । ଏନେଇ ମୃତ ଛାତ୍ରୀଙ୍କ ବଡବାପା ଭୀଷ୍ମରଥି ମିଶ୍ର ବୀରମହାରାଜପୁର ଥାନାରେ ଅଭିଯୋଗ କରିଛନ୍ତି । ବୀରମହାରାଜପୁର ଥାନାରେ କେଶ ନଂ ୨୫୦/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରୁଛି । ପ୍ରକାଶ ଯୋଗ୍ୟଯେ ବର୍ତ୍ତମାନ ପିକନିକ୍‌ ରୁତୁଯୋଗୁଁ ଅନେକ ସ୍କୁଲ ଛାତ୍ରଛାତ୍ରୀ ନଦୀ ଭିତରକୁ ଭୋଜି କରିବାକୁ ଯିବେ, ତେଣୁ ତାଙ୍କର ନିରାପତ୍ତା ପାଇଁ ଯଥେଷ୍ଟ ଧ୍ୟାନ ଦେବାକୁ ସ୍କୁଲ କର୍ତ୍ତୃପକ୍ଷ ତଥା ଅଭିଭାବକ ମହଲ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲ ପକ୍ଷରୁ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରାଯାଇଛି ।

hiranchal ad1
Leave A Reply

Your email address will not be published.

10 + 18 =