ନକଲି ମଦ ଚାଲାଣ ବେଳେ,୩ ଗିରଫ

0 25

ଗଞ୍ଜାମ: ବ୍ରହ୍ମପୁର ଅବକାରୀ ମଣ୍ଡଳକୁ ମିଳିଛି ବଡ ଧରଣର ସଫଳତା । ବ୍ରହ୍ମପୁର ସହର ଉପକଣ୍ଠରେ ଥିବା ଓମ୍‌ ବିହାର ନିକଟସ୍ଥ କାଶୀନଗର ଅଞ୍ଚଳରେ ଏକ ଭଡା ଘରୁ ଅବକାରୀ ବିଭାଗ ଠାବ କରିଛି ନକଲି ବିଦେଶୀ ମଦ କାରଖାନା । ଏଠାରେ ସାରା ଜିଲ୍ଲାର ବିଭିନ୍ନ ଗ୍ରାମ ସହ ବାହାର ଜିଲ୍ଳାକୁ ମଧ୍ୟ ନକଲି ବିଦେଶୀ ମଦ ଚାଲାଣ ହେଉଥିଲା । ଏହି ଘଟଣାରେ ଅବକାରୀ ବିଭାଗ ଗତକାଲି ମୋହନା ଅଂଚଳର ପ୍ରଫୁଲ୍ଲ କୁମାର ସାହୁ(୫୯) ସହ ତାଙ୍କ ଡ୍ରାଇଭର ନକୁଳ ଗମାଙ୍ଗୋ ସହ କାରଖାନା ଚଲାଉଥିବା ବ୍ରହ୍ମପୁର ଅଞ୍ଚଳର ତାରିଣି ଜେନା । ତାରିଣୀଙ୍କ ଘର ବୁଗୁଡା ଅଞ୍ଚଳରେ ବୋଲି ଜଣାପଡିଛି । ସେହିପରି ନକଲି ମଦ ପ୍ରସ୍ତୁତ କାରଖାନାରୁ ବିଭିନ୍ନ ବ୍ରାଣ୍ଡର ୨୦୮ ଭର୍ତ୍ତି ମଦ ବୋତଲ(୧୮୦ ଏମଏଲ୍‌) ସହ ୧୦୮୬ ମଦ ବୋତଲ ଠିପି, ହୋମିଓପାଥି ସ୍ପିରିଟ୍‌ ୬ଲିଟର, କଲର୍‌ ୩ ଲିଟର,୪ଶହ ଖାଲି ବୋତଲ ସହ (ଓଡି-୦୭ୟୁ-୬୪୧୬) ନଂ ବିଶିଷ୍ଟ ଟାଟା ପିକ୍‌ଅପ୍‌ ଗାଡି ଓ ଏକ ସ୍କୋଟି ଜବତ ହୋଇଥିବା ନେଇ ଜିଲ୍ଲା ଅବକାରୀ ଅଧୀକ୍ଷକ ଆର୍‌.ଏସ୍‌.ନାୟକ ସୂଚନା ଦେଇଛନ୍ତି । ଏହି ଚଢ଼ାଉରେ ଅବକାରୀ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

fourteen − eight =