ରାଷ୍ଟ୍ରୀୟ ନାଟମେଲାର ଦ୍ୱିତୀୟ ସନ୍ଧ୍ୟାରେ ସମ୍ବଲପୁର, ପଦ୍ମପୁର ଓ ଦେବଗଡ଼ କଳାକାରଙ୍କ ନାଟକ ପରିବେଷଣ

0 76

ସୁବର୍ଣ୍ଣପୁର : ସହରର ଅଗ୍ରଣୀ ନାଟ୍ୟାନୁଷ୍ଠାନ୍‌ ନାଟ୍‌ ତରଫରୁ ଗତକାଲିଠାରୁ ଚାଲିଥିବା ୩ଦିନିଆ ରାଷ୍ଟ୍ରୀୟ ନାଟ୍‌ ମେଲାର ଦ୍ୱିତୀୟ ଦିବସରେ ଅତିଥି ଭାବରେ ନାଟ୍ୟକାର କେଶରଞ୍ଜନ ପଧାନ, ଅଶୋକ ବହିଦାର, ଗୌରୀଶ୍ୟାମ ପଣ୍ଡା, ପ୍ରସନ୍ନ କୁମାର ଦାଶ ପ୍ରମୁଖ ଯୋଗଦେଇ ସୁବର୍ଣ୍ଣପୁରର ନାଟ୍‌ ଅନୁଷ୍ଠାନର ପ୍ରୟାସକୁ ଭୂରିଭୂରି ପ୍ରଶଂସା କରିବାସହ ସମସ୍ତ କଳକାରମାନଙ୍କୁ ଉତ୍ସାହିତ କରିଥିଲେ । ଅନୁଷ୍ଠାନର ପ୍ରଦ୍ୟୁମ୍ନ କୁମାର ସାହୁ, ବନମାଳୀ ପଣ୍ଡା, ଲକ୍ଷ୍ମୀ ନାରାୟଣ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଚଳିତ ବର୍ଷ ସ୍ୱର୍ଗତ ଅଟଳବିହାରୀ ପଣ୍ଡାଙ୍କ ସ୍ମୃତି ଉଦ୍ଦେଶ୍ୟରେ ସମର୍ପିତ ଏହି ନାଟ୍‌ ମେଲାରେ କେବଳ ସମ୍ବଲପୁରୀ କୋଶଲୀ ନାଟ ସବୁ ସ୍ଥାନପାଇଥିବାବେଳେ ଆଜି ତିନୋଟି ବହୁ ଉଚ୍ଚ ସ୍ତରୀୟ ନାଟକ ପରିବେଷଣ ହୋଇଥିଲା । ପ୍ରଥମ ନାଟକ ବାମଣ୍ଡା କଳାକାର ସଂଘ ଦେବଗଡ଼ ପ୍ରାୟୋଜିତ ଆଶିଷ ସୋନାର ମଙ୍ଗଳ ମହାକୁଡଙ୍କ ନିର୍ଦ୍ଦେଶିତ ‘କେଡା’ରେ ଭଗବାନଙ୍କ ସୃଷ୍ଟି ଏକ ବିଚିତ୍ର ତାଙ୍କର ସୃଷ୍ଟିରେ ସମସ୍ତଙ୍କର ବଞ୍ଚିବା ଅଧିକାର ରହିଛି ହେଲେ ଏକ ଦିବ୍ୟାଙ୍ଗ ଜନ୍ମ ସମୟରୁ ଶରୀରର ସମସ୍ତ ଅଙ୍ଗ ଅକାମୀ ହୋଇଯାଇଥିବା କେଡା ଦୀନ ଓ ସରର ଏକମାତ୍ର ପୁତ୍ର ଭାବରେ ସମାଜରେ ବଞ୍ଚିରହିବା ଏକ ଦୁର୍ବିସହ ବୋଝ ଭଳି ଯୁଝୁଥାଏ । ଏହା ଭଗବାନଙ୍କ ସୃଷ୍ଟିର କେଉଁ ଦିଗକୁ ଇଂଗିତ କରୁଥାଏ ଏଭଳି ଏକ ବିଷୟବସ୍ତୁ ଉପରେ ଆଧାରିତ କେଡା ଉପସ୍ଥିତ ଦର୍ଶକଙ୍କ ଉପରେ ଗଭୀର ରେଖାପାତ ସୃଷ୍ଟି କରିଥିଲା । ସେହିପରି ଦ୍ୱିତୀୟ ନାଟକଟି ପଦ୍ମପୁରର ‘ଲୁ’ ଅନୁଷ୍ଠାନ ପକ୍ଷରୁ ନାଟ୍ୟକାର ଓ ନିର୍ଦ୍ଦେଶକ କେଶ ରଞ୍ଜନ ପଧାନ,ଅଶୋକ ମିଶ୍ର ଜଗନ୍ନାଥ ସେଠ୍‌ ଙ୍କର ନାଟକ ‘ଗାନ୍ଧୀ ଛକ’ରେ ମହାତ୍ମାଗାନ୍ଧୀଙ୍କୁ ସାଂପ୍ରତିକ ପରିସ୍ଥିତିରେ ମଣିଷ କେବଳ ଏକ ଷ୍ଟେଚ୍ୟୁ ସ୍ଥାପନା କରିଦେଇ ନିଜ ଦାୟିତ୍ୱ ସମାପ୍ତ କରିଥିବା ବେଳେ ଏକ ଅସହାୟ ଅବସ୍ଥାରେ ଓ ଅବହେଳିତର ଚରମ ଉଦାହରଣ ସାଜିଥାଏ । ସେ ପରିବେଶରେ କେବେ ପିଲାମାନଙ୍କର କ୍ରିକେଟ ଷ୍ଟମ୍ପ ତ କେବେ ଚଉହଦିରେ ଡ଼ଷ୍ଟବିନ ଭଳି ବ୍ୟବହାର କରିବାକୁ ସଂକୋଚ କରିନଥାଏ ଏ ସ୍ୱାର୍ଥପର ମଣିଷ ଏପରି ଏକ ଶିକ୍ଷଣୀୟ କାହାଣୀକୁ ନେଇ ଉପସ୍ଥାପନ କରାଯାଇଥିଲା । ସେହିପରି ତୃତୀୟ ନାଟକ ଟି ପଣ୍ଡିତ ଲକ୍ଷ୍ମୀ ନାରାୟଣ ସାଂସ୍କୃତିକ ସଂସଦ ସମ୍ବଲପୁର ପ୍ରାୟୋଜିତ ସନ୍ତୋଷ କୁମାର ମିଶ୍ରଙ୍କ ରଚିତ ଓ ନିର୍ଦ୍ଦେଶିତ ‘ଭାଗ ‘ ନାଟକଟିରେ ସଂପର୍କକୁ ନିବିଡ ଭାବରେ ଗଢ଼ି ତୋଳିବା ଉପରେ ଗୁରୁତ୍ୱ ଦେବା ଉପରେ ହିଁ ପର୍ଯ୍ୟବେସିତ ଥିବାବେଳେ ବର୍ତ୍ତମାନର ସାଂପ୍ରତିକ ପରିସ୍ଥିତିରେ ପରିବାରର ବୟସ୍କ ମାନଙ୍କୁ ସସମ୍ମାନେ ଗୁରୁତ୍ୱ ଦେବାଭଳି ଏକ ବିରାଟ ବାର୍ତ୍ତା ପ୍ରଦାନ କରିଥିଲେ ଉକ୍ତ ନାଟ୍ୟାନୁଷ୍ଠାନ । ନାଟ୍‌ ସବୁର ବିଚାରକ ଭାବରେ ଆଜି ମଧ୍ୟ ଡ. ଦ୍ୱାରିକା ନାୟକ, ଡ.ସୁଧାଂଶୁ ଶେଖର ପଟ୍ଟନାୟକ, ହରିହର ପ୍ରଧାନ ଓ ପ୍ରସନ୍ନ ଦାଶ ପ୍ରମୁଖ ଦାୟୀତ୍ୱ ନିର୍ବାହ କରିଥିଲେ ।

hiranchal ad1
Leave A Reply

Your email address will not be published.

two × two =