ବିବି କଲେଜ ୧୯୯୫ ମସିହା ବ୍ୟାଚର ବନ୍ଧୁ ମିଳନ ଉତ୍ସବ

0 184

ଚଣ୍ଡିଖୋଲ: ଚଣ୍ଡିଖୋଲ ବାବା ଭୈରବାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟର ୧୯୯୫ ମସିହା ସ୍ନାତକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କଲେଜ ପରିସରରେ ଥିବା ନବ ମାଳତୀ ପ୍ରେକ୍ଷାଳୟରେ ଗୁରୁ ପୂଜନ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଅଧ୍ୟାପକ ଡ. ଦିଲିପ ନାୟକ କାର୍ଯ୍ୟକ୍ରମ ସଭାପତିତ୍ୱ କରିଥିବା ବେଳେ ପ୍ରାକ୍ତନ ଛାତ୍ର ସଂସଦ ସାଧାରଣ ସମ୍ପାଦକ ପ୍ରମୋଦ କୁମାର ଜେନା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । କଲେଜ ପରିଚାଳନା କମିଟି ଅଧ୍ୟକ୍ଷ ବିନାୟକ ପଣ୍ଡା, ଅଧ୍ୟକ୍ଷ ମନୋଜ କୁମାର ଦାସ, ଅବସରପ୍ରାପ୍ତ ଅଧ୍ୟକ୍ଷ ବସନ୍ତ ସାମଲ, ଅଜୟ ଲେଙ୍କା, କେଦାରନାଥ ଦାଶ, ସୁବାସ ଚନ୍ଦ୍ର ବିଶ୍ୱାଳ ଓ ଅଧ୍ୟାପକ ବିଜୟ ସାମଲ, ତପନ ଜେନା ଏବଂ ସଲିଳ ରାଜନନ୍ଦନ ମହାନ୍ତିଙ୍କୁ ପୂର୍ବତନ ଛାତ୍ରୀ ଶିବାନୀ ମିଶ୍ର, ବିନୋଦିନୀ ଦାଶ,ସଂଗିତା ସାମଲ,ସସ୍ମିତା ରାଉତ,ହେମଲତା ସାହୁ, ସସ୍ମିତା ସାହୁ ଗୁରୁପୂଜନ କରିବା ସହ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପୂରାତନ ଛାତ୍ର ଜ୍ଞାନରଂଜନ ଦେଓ ଧନ୍ୟବାଦ ଅର୍ପଣ କରିଥିଲେ । ମନୋଜ ସାହୁ, ନିର୍ମଳ ରାଉତ, ବିଭୁତି ମହାନ୍ତି, ହିମାଂଶୁ ସାମନ୍ତରାୟ, ଅଶୋକ ଦାସ, ସୁବାସ ମହାରଣା ଓ ହିମାଂଶୁ ନାୟକ ପ୍ରମୁଖ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ବଣ ଭୋଜି ସହ ନାଚ, ଗୀତ ଓ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ବାବୁଲି ବଳ, ଅମ୍ବୁଜ ବିଶ୍ୱାଳ, କେଶବ ବେହେରା, ପରେଶ କର, ରମେଶ ରାଉତ, ପ୍ରକାଶ ମହାନ୍ତି, ପ୍ରଦିପ ସାହୁ, ଗୋପିନାଥ ଦାଶ, ଖଗେଶ୍ୱର ସେଠୀ, ସରୋଜ ସାହୁଙ୍କ ସହ ଶତାଧିକ ଛାତ୍ରଛାତ୍ରୀ ଓ ତାଙ୍କ ପରିବାରବର୍ଗ ଯୋଗଦେଇ ଆନନ୍ଦ ଉଲ୍ଲାସରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ପାଳନ କରିଥିଲେ ।

hiranchal ad1
Leave A Reply

Your email address will not be published.

1 × 4 =