ଅନ୍ତର୍ଜାତୀୟ ଶାନ୍ତି ଦିବସ ପାଳିତ

0 80

ପାରଳାଖେମୁଣ୍ଡି : ଅନ୍ତର୍ଜାତୀୟ ଶାନ୍ତି ଦିବସ ପାଳନ ଉପଲକ୍ଷେ ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରୁ ଭାରତ ସ୍କାଉଟ ଗାଇଡ଼ସ, ଓଡିଶା ଆନୁକୂଲ୍ୟରେ ଓ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦଶ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ସ୍କାଉଟ ଓ ଗାଇଡ଼ସ ଛାତ୍ର /ଛାତ୍ରୀ ମାନଙ୍କୁ ନେଇ ଏକ ରାଲି ସ୍ଲୋଗାନ ମାଧ୍ୟମରେ ଶାନ୍ତିର ଦୂତ ସାଜି ସମସ୍ତଙ୍କ ମନରେ ହସ ଫୁଟାଇବା ପାଇଁ ସହର ପରିକ୍ରମା କରିଥିଲେ । ଏହି ରାଲିକୁ ପୂର୍ବତନ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ତଥା ତବରଡ଼ା ଉନ୍ନତି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ଓ ଏମ.ଏମ. ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣ ପ୍ରଧାନ ମିଳିତ ଭାବେ ଉଦଘାଟନ କରି ରାଲିର ଶୁଭ ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଖେଳ ଶିକ୍ଷକ ତଥା ଭାରପ୍ରାପ୍ତ ଆ.ପି ସୁରେନ୍ଦ୍ର ପାତ୍ର, ସଞ୍ଜୟ ପାତ୍ର, କାଲିପ୍ରସାଦ ମିଶ୍ର, ଧୀରେନ୍ଦ୍ର ସାମଲ, ଲିଙ୍ଗରାଜ ସାହୁ, ତପସ୍ୱିନୀ ପଣ୍ଡା, ଭବାନୀ ରଥ, ସି.ଏଚ ଭେନ କେତେସୁଲୁ ଓ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

thirteen + seven =