ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଯୁବକ ଗିରଫ

0 36

ଘୁ ଉଦୟଗିରି: ସ୍ଥାନୀୟ ସହରର ଜଣେ ନାବାଳିକାକୁ ଅସଦାଚରଣ କରିବା ଅଭିଯୋଗରେ ସ୍ଥାନୀୟ ଥାନା ଅଧୀନରେ ଥିବା ପଠାଣ ସାହିର ସଂଗ୍ରାମ ଜିତ୍‌ ପ୍ରଧାନ (୩୩) ନାମକ ଜଣେ ଯୁବକକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ରହିଛି । ସୂଚନା ଅନୁସାରେ ସ୍ଥାନୀୟ ଥାନା ଅନ୍ତର୍ଗତ ଜଣେ ନାବାଳିକା ଟିଉସନ୍‌ ସାରି ଫେରୁଥିବା ବେଳେ ପଠାଣ ସାହିର ସଂଗ୍ରାମ ଜିତ ନାମକ ଯୁବକ ନାବାଳିକାକୁ କମେଣ୍ଟ ମାରିବା ସହିତ ଗାଲରେ ଚାପୁଡ଼ା ମାରିଥିଲେ ଓ ଅସଦାଚରଣ କରିଥିଲେ । ନାବାଳିକା ଜଣକ ନିଜ ପରିବାରକୁ ଉକ୍ତ ଘଟଣା ବିଷୟରେ କହିବା ପରେ ପରିବାର ଲୋକ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ଉକ୍ତ ଅଭିଯୋଗକୁ ଆଧାର କରି ସ୍ଥାନୀୟ ପୋଲିସ ୧୪୯/୨୨ ନମ୍ୱର୍‌ ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଭାର ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ ନେଇ ତଦନ୍ତ କରି ଡାକ୍ତରୀ ମାଇନା କରିଥିଲେ । ପରିବାର ଲୋକଙ୍କ ଅଭିଯୋଗକୁ ଆଧାର କରି ଯାଞ୍ଚ କରି ପିଡିତାର ବୟାନ ରେକର୍ଡ କରି ଆଇପିସି ୧୨ ପକ୍ସ ଆକ୍ଟ ଦଫା ୩୪୧,୩୨୩,୫୦୬,୫୦୯ ଦଫାରେ ଅଭିଯୁକ୍ତକୁ ଫୁଲବାଣୀ ପକ୍ସ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତ ଅଧିକାର ଆଇଆଇସି ଅଜୟ କୁମାର ସ୍ୱାଇଁ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

18 + 3 =