ଆପୋଲୋ ହସ୍ପିଟାଲ ଭୁବନେଶ୍ୱର ସର୍ବଶ୍ରେଷ୍ଠ ଘରୋଇ ହସ୍ପିଟାଲ୍‌

0 63

ଭୁବନେଶ୍ୱର: ଦି ୱିକ୍‌ ମ୍ୟାଗାଜିନ ପକ୍ଷରୁ ହୋଇଥିବା ସର୍ବେକ୍ଷଣରେ ଆପୋଲୋ ହସ୍ପିଟାଲ ଭୁବନେଶ୍ୱରକୁ ‘ବେଷ୍ଟ ମଲ୍ଟି ସ୍ପେସାଲିଟି ପ୍ରାଇଭେଟ୍‌ ହସ୍ପିଟାଲ ୨୦୨୨’ ସମ୍ମାନ ପ୍ରଦାନ କରାଯାଇଛି ।
ଦି –ୱିକ୍‌ ପକ୍ଷରୁ ନିୟୋଜିତ ଏକ ସ୍ୱାଧିନ ସଂସ୍ଥା ଦ୍ୱାରା ୨ ମାସ ଧରି ଏହି ସର୍ବେକ୍ଷଣ କରାଯାଇଥିଲା । ଏହି ସର୍ବେକ୍ଷଣରେ ହସ୍ପିଟାଲ୍‌ର ଅନ୍‌ସାଇଟ୍‌ ଆସେସ୍‌ମେଂଟ୍‌, ରାଜ୍ୟରେ କାର୍ଯ୍ୟରତ ଡାକ୍ତର ଓ ରୋଗୀମାନଙ୍କର ମତାମତ ସଂଗ୍ରହ କରାଯାଇଥିଲା । ଏହି ସମ୍ମାନଜନକ ସର୍ବଶ୍ରେଷ୍ଠ ହସ୍ପିଟାଲ ସର୍ବେକ୍ଷଣ ର ୧୯ବିଂଶ ବର୍ଷରେ ସମଗ୍ର ଦେଶର ୧୮ଟି ଡାକ୍ତରଖାନାକୁ ସମ୍ମାନିତ କରାଯାଇଛି ।ଏହି ଅବସରରରେ ଆପୋଲୋ ହସ୍ପିଟାଲ ଭୁବନେଶ୍ୱରର ଚିଫ୍‌ ଅପରେଟିଂ ଅଫିସର ଓ ମେଡିକାଲ ସର୍ଭିସେସ୍‌, ଡାକ୍ତର ଆଲୋକ ଶ୍ରୀବାସ୍ତଭ ଏଠାରେ କାର୍ଯ୍ୟରତ ସମସ୍ତ ଡାକ୍ତର, ପରାମର୍ଶଦାତା, ସହାୟକ କର୍ମଚାରୀ ଓ ପ୍ରଶାସନିକ କାର୍ଯ୍ୟରେ ନିୟୋଜିତ ସମସ୍ତ କର୍ମଚାରୀମାନଙ୍କୁ ସେମାନଙ୍କର କର୍ତବ୍ୟନିଷ୍ଠା ଏବଂ ରୋଗୀମାନଙ୍କୁ ସର୍ବଶ୍ରେଷ୍ଠ ସେବା ପ୍ରଦାନ ନିମନ୍ତେ ପ୍ରତିଶ୍ରୁତିବଦ୍ଧତା ନିମନ୍ତେ ଅଭିନନ୍ଦନ ଜଣାଇବା ସହିତ କର୍ମଚାରୀମାନଙ୍କୁ ରୋଗୀ ସେବା କ୍ଷେତ୍ରରେ ଧ୍ୟାନ ଦେବା ଓ ଏକ ଅନୁକମ୍ପା ମନୋବୃତି ନେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେବା ସହିତ ଭବିଷ୍ୟତରେ ଏହିଭଳି ଆହୁରି ଅଧିକ ସମ୍ମାନ ହାସଲ କରିବା ପାଇଁ ପ୍ରେତ୍ସାହିତ କରିଛନ୍ତି ।

hiranchal ad1
Leave A Reply

Your email address will not be published.

2 × 3 =