ଫୁଟବଲ୍‌ ଖେଳାଳୀ ମହେଶ୍ୱର ସେଠୀଙ୍କ ବିୟୋଗରେ ଶୋକସଭା

0 64

ବୌଦ୍ଧ,୨୫/୧୧: ସ୍ଥାନୀୟ କଚେରୀ ପଡିଆଠାରେ ଫୁଟବଲ ଖେଳାଳୀ ମହେଶ୍ୱର ସେଠୀ (୩୪)ଙ୍କ ଅକାଳ ବିୟୋଗରେ ଆଜି ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶୋକସଭାରେ ସମସ୍ତ କ୍ରୀଡାଅନୁଷ୍ଠାନ ତଥା ସ୍ଥାନୀୟ କ୍ରୀଡାବିତ୍‌ମାନେ ଉପସ୍ଥିତ ରହି ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରିଥିଲେ । ସ୍ୱର୍ଗତ ମହେଶ୍ୱର ଓଡିଶା ପୁଲିସରେ ୫ବର୍ଷ ଖେଳିଥିବାବେଳେ ଜିଲ୍ଲାଟିମରେ ମଧ୍ୟ ୭ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଖେଳିଥିଲେ । ଡିଷ୍ଟ୍ରିକ୍ଟ ସ୍ପୋର୍ଟିଂ ବୌଦ୍ଧ ତରଫରୁ ରାଜ୍ୟର ବିଭିନ୍ନ ଟୁଣ୍ଣାମେଣ୍ଟରେ ଖେଳି ଫୁଟବଲପ୍ରେମୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ସେ ଫୁଟବଲ୍‌ ଖେଳରେ ଡିଫେଣ୍ଡର ଭାବେ ଭଲ ପ୍ରଦର୍ଶନ କରି ଲୋକଙ୍କ ମନରେ ଉତ୍ସାହ ଆଣିଦେଉଥିଲେ । ଜଣେ ମେଳାପୀ, ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତିତ୍ୱ ଯୋଗୁଁ ସାଧାରଣଲୋକଙ୍କ ପ୍ରିୟଭାଜନ ହୋଇପାରିଥିଲେ । ତାଙ୍କରି ଅକାଳ ବିୟୋଗରେ ବୌଦ୍ଧର କ୍ରୀଡାପ୍ରେମୀ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି । ସୂଚନାଥାଉକି ସ୍ୱର୍ଗତ ମହେଶ୍ୱରଙ୍କ ପତ୍ନୀ, ୪ବର୍ଷର ଝିଅ ଅଛନ୍ତି । ଆଜିର ଏହି ଶୋକସଭାରେ ବରିଷ୍ଠ କ୍ରୀଡାବିତ୍‌ ଲମ୍ବୋଦର ପୁରୋହିତ, ଯୁଗଳ କିଶୋର ସାମଲ, ବିଭୁତିଭୂଷଣ ବେହେରା ତାଙ୍କ ସ୍ମୃୁତିଚାରଣ କରିଥିବାବେଳେ ହେମନ୍ତ ଚଂପତ୍ତି,ପ୍ରଶାନ୍ତ କୁମାର ପ୍ରଧାନ, ରମାକାନ୍ତ ବେହେରାଙ୍କ ସମେତ ଅନେକ ଯୁବ ଫୁଟବଲ ଖେଳାଳୀ ଉପସ୍ଥିତ ରହି ନିରବ ପ୍ରାର୍ଥନା କରିଥିଲେ ।

hiranchal ad1
Leave A Reply

Your email address will not be published.

17 − 8 =