ବୌଦ୍ଧ ଜିଲ୍ଲାର ଜଳସେଚନ ସମସ୍ୟା ନେଇ ଭାରତୀୟ କିଷାନ ସଂଘ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

0 58

ବୌଦ୍ଧ : ନଦନଦୀରେ ପରିପୂର୍ଣ୍ଣ ବୌଦ୍ଧ ଜିଲ୍ଲା ରକ୍ଷଣା ବେକ୍ଷଣ ଅଭାବରୁ ବୌଦ୍ଧ ଜିଲ୍ଲାର ଚାଷୀ ବାରମ୍ବାର ମରୁଡିର ସମ୍ମୁଖୀନ ହେଉଛନ୍ତି । ଭାରତୀୟ କିଷାନ ସଂଘ ଆଜକୁ ପ୍ରାୟ ୧୧ ବର୍ଷ ହୋଇ ସାଲୁଙ୍କି ନଦୀର ଗମ୍ଭିରା ଦରହଠାରେ ଏକ ଜଳ ଭଣ୍ଡାର ନିର୍ମାଣ ଦାବିକୁ ସରକାର ଅଣଦେଖା କରି ଆସୁଛନ୍ତି । ତେଣୁ ଭାରତୀୟ କିଷାନ ସଂଘର ସଭାପତି ସୂର୍ଯ୍ୟନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ସଂଘର ରାଜ୍ୟ ସହ ସଂପାଦକ ବିଶିକେଷନ ପ୍ରଧାନ ଚାଷୀ ନେତା ବୈକୁଣ୍ଠ ପ୍ରଧାନ, ନବୀନ ହୋତା ଓ ଶମ୍ଭୁ ପ୍ରସାଦ ପ୍ରଧାନ ପ୍ରମୁଖ ଏକ ଚାଷୀ ପ୍ରତିନିଧି ଦଳ ପଦ୍ମପୁରଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜଳଶକ୍ତି ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ମନ୍ତ୍ରୀ ଶ୍ରୀ ଟୁଡୁ ଦାବିଗୁଡିକ ସଂପର୍କରେ ଅବଗତ ହୋଇ ଯଥାର୍ଥ ଥିବା ଦାବିଗୁଡିକୁ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ବୌଦ୍ଧ ଜିଲ୍ଲା ଚାଷୀଙ୍କୁ ମରୁଡି ଦାଉରୁ ରକ୍ଷା କରିବା ପାଇଁ ସାଲୁଙ୍କି ନଦୀର ଗମ୍ଭିରା ଦର୍‌ହ ଖଡଙ୍ଗ ନଦୀର ସାତଙ୍ଗଠାରେ ଜଳ ଭଣ୍ଡାର ନିର୍ମାଣ, ଧଳପୁର, ରାମଗଡ ଓ ସାମ୍ପୋଚ ଠାରେ ବିଭାଗ ଦ୍ୱାରା ଅନୁମୋଦିତ ହୋଇଥିବା ତିନୋଟି ମେଗା ଉଠା ଜଳସେଚନ ପ୍ରକଳ୍ପ ନିର୍‌ମାଣ ତଥା ସରସରା ସାଗର, ଚନ୍ଦ୍ରପୁର ରଜା ବନ୍ଧ ଓ ବହିରା ମହାବନ୍ଧକୁ ୩ ଆରରେ ସାମିଲ କରି ବନ୍ଧଗୁଡିକର ପୁନରୁଦ୍ଧାର ଆଦି ନିହାତି ଆବଶ୍ୟକ ରହିଛି । ଏହାକୁ ମନ୍ତ୍ରୀ ହୃଦୟଙ୍ଗମ କରିଛନ୍ତି ଓ ଆଗାମୀ ଦିନରେ ଗୁରୁଜିମୁଣ୍ଡା ପରିଦର୍ଶନରେ ଆସିବା ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଥିବାରୁ ଭାରତୀୟ କିଷାନ ତରଫରୁ ମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

hiranchal ad1
Leave A Reply

Your email address will not be published.

five × 3 =