ପୁରୀକୁ ଗଡ଼ିବ ରେଳ, ନୂଆଗାଁ ଷ୍ଟେସନ ହେବ ଲୋକାର୍ପିତ

0 237

ଦଶପଲ୍ଲା : ଖୋର୍ଦ୍ଧା -ବଲାଙ୍ଗିର ରେଳପଥ ଆଉ ପାଦେ ଆଗେଇବ । ଆଜି ଅପରାହ୍ନ ୩ ଘଟିକା ସମୟରେ ନୟାଗଡ଼ ଷ୍ଟେସନ ଠାରୁ ନୂଆଗାଁ ପର୍ଯ୍ୟନ୍ତ ରେଳ ସମ୍ପ୍ରସାରଣ ହେବା ସହ ନୂଆଗାଁ ଷ୍ଟେସନ କାର୍ଯ୍ୟକ୍ଷମ ହେବ । ଆଜି ଏଥିପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ରେଳ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ସହ ସାଂସଦ ଓ ବିଧାୟକ ଉପସ୍ଥିତ ରହିବା ସହ ନୂଆଗାଁ ଷ୍ଟେସନକୁ କାର୍ଯ୍ୟକ୍ଷମ କରାଯିବ । ରଥଯାତ୍ରା ପାଇଁ ପୁରୀକୁ ଚାଲିବାକୁ ଥିବା ସ୍ୱତନ୍ତ୍ର ରେଳକୁ ଆଜି ରେଳମନ୍ତ୍ରୀ ପତାକା ଦେଖାଇ ଶୁଭାରମ୍ଭ କରିବା ସହିତ ଜିଲ୍ଲାବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅନ୍ୟାନ୍ୟ କିଛି ଘୋଷଣା ହେବାର ସମ୍ଭାବନା ରହିଛି ।

hiranchal ad1
Leave A Reply

Your email address will not be published.

seven + 19 =