ଶ୍ରୀଜୀଉଙ୍କ ଅପେକ୍ଷାରେ ତିନି ରଥ

0 37

ପୁରୀ : ଆରମ୍ଭ ହୋଇଛିଘୋଷଯାତ୍ରାର ଆଦ୍ୟ ପର୍ବ । ନବଦିନ ଯାତ୍ରାରେ ଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ସମସ୍ତ ପ୍ରସ୍ତୁତି ହୋଇଛି ଶେଷ ।ସିଂହଦ୍ୱାରରେ ବିଜେ କରିଛି ତିନି ରଥ । ରାତି ପାହାଲିରେ ରଥକୁ ବିଜେ କରିବେ ମହାପ୍ରଭୁ । ରଥ ପ୍ରସ୍ତୁତ ସାରଥୀ ବି ପ୍ରସ୍ତୁତ । ଘୋଷଯାତ୍ରା ପାଇଁ ତିନିଁରଥକୁ ପ୍ରସ୍ତୁତ କରି ରଖାଯାଇଛି । ଗୁରୁବାର ମଧ୍ୟାହ୍ନରେ ରଥ ଖଳାରୁ ତିନି ରଥକୁ ଟଣାଯାଇଛି ସିଂହଦ୍ୱାରକୁ । ଏଥିପାଇଁ ଶ୍ରୀମନ୍ଦିରରେ ସକାଳ ଧୂପ ଶେଷ ହେବାପରେ ରଥ ଖଳାକୁ ଆଜ୍ଞାମାଳ ବିଜେ କରିଥିଲା ।
ଆଜ୍ଞାମାଳ ରଥରେ ବିଜେ ହେବା ପରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଥମେ ନନ୍ଦିଘୋଷ ପରେ ଦର୍ପଦଳନ ଓ ଶେଷରେ ତାଳଧ୍ୱଜ ରଥକୁ ଆରକ୍ଷୀମାନେ ଟାଣି ନେଇ ସିଂହଦ୍ୱାରଠାରେ ଲଗାଇଥିଲେ । ଘଣ୍ଟୁଆଙ୍କ ଘଣ୍ଟ ବାଦନ ମଧ୍ୟରେ ତିନି ରଥ ସିଂହଦ୍ୱାରରେ ଲାଗି ଥିଲା ।
ଜିଲ୍ଲାପାଳ ସମର୍ଥ ବର୍ମା,ଆଇଜି ନରସିଂହ ଭୋଳା, ଏସପି ବିଶାଲ ସିଂଙ୍କ ସମେତ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହି ରଥ ଟଣା କାର୍ଯ୍ୟ ତଦାରଖ କରିଥିଲେ ।

hiranchal ad1
Leave A Reply

Your email address will not be published.

1 × two =