ଭିଜିଲାନ୍ସ ଜାଲରେ ପଞ୍ଚାୟତ ପିଇଓ

0 107

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପଞ୍ଚାୟତ ପିଇଓ । ଲାଞ୍ଚ ନେବା ବେଳେ ଧରାପଡିଲେ ପାତ୍ରପୁର ବ୍ଳକ୍‌ ତୁତୁବୁଡି ପଞ୍ଚାୟତ ପିଇଓ ରାଜେନ୍ଦ୍ର କୁମାର ବେହେରା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଘର ବାବଦର ଶେଷ ପର୍ଯ୍ୟାୟର ୩୦ ହଜାର ଟଙ୍କା ରିଲିଜ୍‌ କରିବାକୁ ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଛନ୍ତି । ଏକକାଳୀନ ୨ଟି ସ୍ଥାନରେ ରେଡ୍‌ ହୋଇଛି । କେ ନୂଆଗାଁ ଥାନା ଅନ୍ତର୍ଗତ ବନମାଳି ଏବଂ ବ୍ରହ୍ମପୁର ଲକ୍ଷ୍ମୀବିହାର ପ୍ରଥମ ଲାଇନ୍‌ ଭଡା ଘରେ ରେଡ୍‌ ଚାଲିଛି । ଏନେଇ ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପି ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

4 × 4 =