ଗଦାପୁରଠାରେ ସୁନେତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ

0 150

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଗଦାପୁର ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ “ସୁନେତ୍ର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୋଭିଡ-୧୯ ପ୍ରଭାବ ଯୋଗୁଁ ଦୁଇ ବର୍ଷ କାଳ ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ବନ୍ଦ ରହିଥିବା ବେଳେ ପିଲାମାନେ ଯେପରି ଶିକ୍ଷାରୁ ବଞ୍ଚିତ ନ ହୁଅନ୍ତି ଏବଂ ପଛରେ ନ ପଡନ୍ତି ସେଥିପାଇଁ ସରକାରଙ୍କ ନିଷ୍ପତ୍ତି କ୍ରମେ ଅନଲାଇନ କାର୍ଯ୍ୟକ୍ରମ ମାଧ୍ୟମରେ ପିଲାଙ୍କୁ ଶିକ୍ଷାଦାନ କରିବାର ବ୍ୟବସ୍ଥା କରିଥିଲେ । ବର୍ତ୍ତମାନ ଦୁଇ ବର୍ଷ ପରେ ପିଲାମାନେ ବିଦ୍ୟାଳୟକୁ ଆସିବା ପରେ ଜଣାପଡ଼ିଲା କି ଅନେକ ପିଲା ଲୋ ଭିଜନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପଢିବା ସମୟରେ କାହାକାହାର ଆଖିରୁ ଲୁହ ବାହାରିବା, ମୁଣ୍ଡ ବ୍ୟଥା ହେବା, ଦୂରଦୃଷ୍ଟି, ଆଖି ଝାଉଁଳି ଯିବା ଭଳି ସମସ୍ୟା ଗୁଡ଼ିକ ଦେଖାଦେବା ଫଳରେ ରାଜ୍ୟ ସର୍ବ ଶିକ୍ଷା ଅଭିଯାନ ପକ୍ଷରୁ ପଦକ୍ଷେପ ଗ୍ରହଣ କରି ଜିଲ୍ଲା ସର୍ବ ଶିକ୍ଷା ଅଭିଯାନ ସହାୟତାରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ଗୋଷ୍ଠୀ ସମ୍ବଳ ଶିକ୍ଷକ ମାନସ କୁମାର ଷଡଙ୍ଗୀ ଓ ଶିକ୍ଷୟିତ୍ରୀ ରଶ୍ମିତା ସେନାପତିଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚାରିଗୋଟି ପଞ୍ଚାୟତ ଯଥା ହାତିମୁଣ୍ଡା, ତାଜୁଙ୍ଗିଆ, ସାରାମୁଳି ଓ ଗଦାପୁର କ୍ଲଷ୍ଟରର ୪୨ ଗୋଟି ବିଦ୍ୟାଳୟରୁ ମୋଟ ୩୩୬ ଜଣ ଛାତ୍ରଛାତ୍ରୀ ଯୋଗ ଦେଇ ନିଜର ଚକ୍ଷୁ ପରୀକ୍ଷା କରାଇଥିଲେ । ସେମାନଙ୍କ ମଧ୍ୟରୁ ୫୬ ଜଣଙ୍କୁ ମେଡ଼ିସିନ ପ୍ରଦାନ କରାଯାଇଥିବା ବେଳେ ନଅ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ଫୁଲବାଣୀ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି ଏବଂ ୧୨ଜଣଙ୍କୁ ଚଷମା ପ୍ରଦାନ କରିବାକୁ ସ୍ଥିର କରାଯାଇଥିବା ନେଇ ଗୋଷ୍ଠୀ ସମ୍ବଳ ଶିକ୍ଷକ ଶ୍ରୀ ଷଡଙ୍ଗୀ ସୂଚନା ଦେଇଛନ୍ତି ।
ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ଫୁଲବାଣୀରୁ ଅତିରିକ୍ତ ଚକ୍ଷୁ ଚିକିତ୍ସକ ଅର୍ଚ୍ଚନା ସ୍ୱାଇଁ, ରାଇକିଆ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଶୁଭାଶିଷ ପଣ୍ଡା ଓ ଦାରିଙ୍ଗବାଡ଼ି ସ୍ୱାସ୍ଥ୍ୟ କେନ୍ଦ୍ରରୁ ଏସଏ ଜାହିର ଯୋଗ ଦେଇ ସମସ୍ତ ଛାତ୍ର ଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରିଥିଲେ । ସମସ୍ତ ବିଦ୍ୟାଳୟରୁ ଆସିଥିବା ଗାଇଡ଼ ଶିକ୍ଷକଶିକ୍ଷୟିତ୍ରୀମାନେ ପିଲାଙ୍କ ନାମ ପଞ୍ଜିକରଣ କରିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

eleven − eight =