ବାଇକ-ଇନୋଭା ମୁହାଁମୁହିଁ ଧକ୍କା, ବାଇକ ଚାଳକ ଗୁରୁତର

0 758

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିରୀକୁଟି ପଞ୍ଚାୟତ ପାଟାଙ୍ଗୀ ଗ୍ରାମ ନିକଟ ବୁଲାଣିରେ ଅପରାହ୍ନ ପ୍ରାୟ ସାଢେ ୩ଟା ସମୟରେ ଏକ ବାଇକ ଓ ଇନୋଭା କାର ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଚାଳକ ଜଣକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ଜଣକ ଋତୁଙ୍ଗିଆ ଗ୍ରାମର ବିପି ସିଂ ପ୍ରଧାନ ବୋଲି ଜଣାପଡ଼ିଛି । ସୂଚନା ପ୍ରକାରେ ବାଲିଗୁଡା ଠାରୁ ଦାରିଙ୍ଗବାଡ଼ି ଅଭିମୁଖେ ଇନୋଭା କାର ଆସୁଥିବା ବେଳେ ଋତୁଙ୍ଗିଆ ଗ୍ରାମର ବିପି ସିଂ ପ୍ରଧାନ ନିଜର ହିରୋହଣ୍ଡା ବାଇକ ନମ୍ବର (ଓ-ଡି-୧୨-ଡି-୬୧୨୩) ରେ ସିମନବାଡି ଦେଇ କୌଣସି କାମରେ ବାଲିଗୁଡା ଯାଉଥିବା ବେଳେ ପାଟାଙ୍ଗୀ ନିକଟ ବୁଲାଣିରେ ଏକ ଟୟୋଟା ଇନୋଭା କାର ନମ୍ବର (ଓ-ଡି-୧୨-ବି-ଟି-୩୩୭୭) ସହିତ ଧକ୍କା ହୋଇଥିଲା । କାର ଚାଳକ ଜଣକ କାରଟିକୁ ସେଠାରେ ନ ଅଟକାଇ ଘଟଣା ସ୍ଥଳରୁ ଚମ୍ପଟ ମାରୁଥିବା ବେଳେ ସୂଚନା ପାଇ ସିମନବାଡି ଗ୍ରାମବାସୀମାନେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ କାରଟିକୁ ଅଟକାଇବା ସହିତ ଉକ୍ତ କାରରେ ଗୁରୁତର ଆହତଙ୍କୁ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ ତେବେ ଅବସ୍ଥା ଗୁରୁତୁର ଥିବାରୁ ତାଙ୍କୁ ବାଲିଗୁଡା ସ୍ଥାନାନ୍ତର କରାଯାଇଥିଲା । ଘଟଣା ସମ୍ପର୍କରେ ସୂଚନା ପାଇ ଘଟଣା ସ୍ଥଳରେ ଦାରିଙ୍ଗବାଡ଼ି ଥାନା ପୋଲିସ ଏଏସଆଇ ଶ୍ରୀନିବାସ ରାଓ ପ୍ରମୁଖ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

hiranchal ad1
Leave A Reply

Your email address will not be published.

1 × 5 =