ପୋଲ ଭୁଶୁଡ଼ିବା ଘଟଣାରେ ମୁଁ ରାଜନୀତି କରିବାକୁ ଚାହେଁନି: ରାହୁଲ

0 36

ନୂଆଦିଲ୍ଲୀ: ଗୁଜରାଟ ଝୁଲା ପୋଲ ଭୁଶୁଡ଼ିବା ଘଟଣାରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ପ୍ରତିକ୍ରିୟା ରଖିଛନ୍ତି । ସେ ଏଥିରେ ରାଜନୀତି କରିବାକୁ ଚାହାଁନ୍ତି ନାହିଁ ବୋଲି କହିଛନ୍ତି । ଝୁଲା ପୋଲ ଦୁର୍ଘଟଣା ପାଇଁ କାହାକୁ ଦାୟୀ କରିବେ ବୋଲି ପ୍ରଶ୍ନ ହୋଇଥିଲା । ଜବାବରେ ମୁଁ ଏବିଷୟରେ କିଛି କମେଣ୍ଟ ଦେବାକୁ ଚାହୁଁ ନାହିଁ ବୋଲି କହିଥିଲେ । ରାହୁଲ କହିଛନ୍ତି ଯେ, ଦୁର୍ଘଟଣାରେ ଲୋକଙ୍କ ଜୀବନ ଯାଇଛି । ଏ ବିଷୟରେ କୌଣସି ରାଜନୈତିକ ମନ୍ତବ୍ୟ ସେମାନଙ୍କ ପାଇଁ ଅସମ୍ମାନ ହେବ । ଏ କ୍ଷେତ୍ରରେ ମୁଁ ରାଜନୀତି କରିବାକୁ ଚାହେଁ ନାହିଁ । ତେବେ ଉକ୍ତ ଘଟଣାରେ ଅନ୍ୟ କଂଗ୍ରେସ ନେତାମାନେ ଗୁଜରାଟରେ ଥିବା ଥିବା କ୍ଷମତାସୀନ ବିଜେପି ସରକାରକୁ ଦାୟୀ କରିଛନ୍ତି । କଂଗ୍ରେସ ଏମପି ରଣଦୀପ ସିଂହ ସୂର୍ଜେୱାଲା କହିଛନ୍ତି ଯେ, ଏହା ହେଉଛି ଏକ ମନୁଷ୍ୟକୃତ ଦୁର୍ଘଟଣା । ଏଥିପାଇଁ ରାଜ୍ୟର ବିଜେପି ସରକାର ଦାୟୀ । ଏହା କୌଣସି ପ୍ରାକୃତିକ ଦୁର୍ଘଟଣା ନୁହଁ । ଏହା ହେଉଛି ମନୁଷ୍ୟକୃତ ଟ୍ରାଜେଡି । ଏହି ଜଘନ୍ୟ ଅପରାଧ ପାଇଁ ଗୁଜରାଟ ସରକାର ସିଧାସଳଖ ଦାୟୀ ବୋଲି ସେ କହିଛନ୍ତି । ମୃତ ସମ୍ପର୍କୀୟଙ୍କୁ ଦିଆଯାଇଥିବା କ୍ଷତିପୂରଣ ବାବଦରେ ସୁରଜେୱାଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କୁ ଟାର୍ଗେଟ କରିଛନ୍ତି । ସେ ଟ୍ୱିଟ୍‌ କରି କହିଛନ୍ତି ଯେ, ଗୁଜୁରାଟି ଭାଇ ଓ ଭଉଣୀଙ୍କ ଜୀବନ ପାଇଁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରି ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ସେମାନଙ୍କ ଦାୟିତ୍ୱରୁ ଓହରି ପାରିବେ ନାହିଁ ।

hiranchal ad1
Leave A Reply

Your email address will not be published.

eighteen + 7 =