ଘୁ ଉଦୟଗିରି ଡାକ ବିଭାଗ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

0 30

ଘୁ ଉଦୟଗିରି: ସ୍ଥାନୀୟ ଡାକ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ପରିସର ମଧ୍ୟରେ ଦୁର୍ନୀତି ନିବାରଣ ସପ୍ତାହ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଇନ୍ସପେକ୍ଟର ଶ୍ରୀ ହରିଶଙ୍କର ସୁବୁଦ୍ଧିଙ୍କ ତତ୍ତ୍ୱାବଧାନରେ ଆରମ୍ଭ ହୋଇଥିବା ବେଳେ ଦୁର୍ନୀତି କରିବେ ନାହି କିମ୍ବା ଦୁର୍ନୀତି କରିବାକୁ ଦେବେ ନାହି ବୋଲି ସମସ୍ତ କର୍ମଚାରୀ ଶପଥ ନେଇଥିବା ଦେଖିବାକୁ ମିଳିଛି ।କେନ୍ଦ୍ର ସରକାରଙ୍କ ଆଦେଶ କ୍ରମେ ୩୧ ଅକ୍ଟୋବର ଠାରୁ ୬ ନଭେମ୍ବର ୨୦୨୨ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଉଛି । କାର୍ଯ୍ୟକ୍ରମକୁ ଉତ୍ତମ ଭାବରେ ପରିଚାଳନା କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୟନ କରିଥିବା ବିଷୟକୁ ଏହି ଦୁର୍ନୀତି ନିବାରଣ ସପ୍ତାହ ନିମନ୍ତେ କଣ ରହିଛି ତାହା ଇନ୍ସପେକ୍ଟର ଶ୍ରୀ ହରିଶଙ୍କର ସୁବୁଦ୍ଧି ଭ୍ରଷ୍ଟାଚାର ନ କରିବା ବିଷୟରେ ବା ଏହାକୁ ପ୍ରଶ୍ରୟ ନ ଦେଇ ସମସ୍ତ କାର୍ଯ୍ୟ ବିଶ୍ୱସ୍ତ ଭାବରେ କରିବା ତତ୍‌ ସହିତ ଆମେ ନୈତିକ ବ୍ୟବସାୟ ଅଭ୍ୟାସକୁ ପ୍ରୋତ୍ସାହିତ କରିବୁ ଏବଂ ସଚ୍ଚୋଟତା ଏବଂ ଅଖଣ୍ଡତାର ସଂସ୍କୃତି ପ୍ରତିପାଦନ କରିବୁ । ଆମେ ଲାଞ୍ଚ ଗ୍ରହଣ କରିବୁ ନାହିଁ । ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ନ୍ୟାୟ ଉପରେ ଆଧାର କରି ଆମେ ଉତ୍ତମ କର୍ପୋରେଟ୍‌ ଶାସନ କରିବାକୁ ପ୍ରତିଶ୍ରୁତିବଦ୍ଧ ଏହିପରି ଅନେକ ବିଷୟ ନିଜ ମତରେ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ସବ୍‌ ପୋଷ୍ଟ ମାଷ୍ଟର ଶ୍ରୀ ଦିଲ୍ଲୀପ କୁମାର୍‌ ମଲ୍ଲିକ ସମେତ ସମସ୍ତ ପୋଷ୍ଟ ଅଫିସ୍‌ କର୍ମଚାରୀ ଓ ଡାକ କର୍ମଚାରୀ ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

1 × three =