ପୁରୀରୁ ପୁଣି ଜବତ ହେଲା ଧଳାଜହର

0 71

ପୁରୀ : ପୁରୀରୁ ପୁଣି ଜବତ ହେଲା ଧଳାଜହର । ବାସେଳୀ ସାହି ଥାନା ପୋଲିସକୁ ମିଳିଛି ବଡ ସଫଳତା । ୮୯୦ ଗ୍ରାମ ବ୍ରାଉନ ସୁଗାର ଜବତ ସହ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଜବତ ବ୍ରାଉନ ସୁଗାରର ଆନୁମାନିକ ବଜାର ମୂଲ୍ୟ ୯୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ପଶ୍ଚିମବଙ୍ଗର ହସନ୍‌ ଅଲ୍ଲି, ଅଜିଜୁର୍‌ ରେହମାନ୍‌, ଖୋର୍ଦ୍ଧା ଜିଲ୍ଲା ତରବୋଇର ଆଜାଦ୍‌ ଅଲ୍ଲି, ଜଗତସିଂହପୁର ମାଛ ଗାଁର ବିପ୍ଳବ ମଲ୍ଲିକ୍‌ । ଗିରଫ ଅଭିଯୁକ୍ତଙ୍କ ଠାରୁ ପୋଲିସ ନଗଦ ୧୧ ହଜାର ୫ଶହ ଟଙ୍କା, ୯ଟି ଦାମି ମୋବାଇଲ୍‌, ଗୋଟିଏ ଚାରିଚକିଆ ଯାନ ସହ ଗୋଟିଏ ବୁଲେଟ ମୋଟର ସାଇକେଲ ଜବତ କରିଛି ପୋଲିସ । ଆଜି ସକାଳେ ପୁରୀ ବାସେଳୀ ସାହି ଥାନା ଅଧିନ ମଙ୍ଗଳାଘାଟ ଛକ ନିକଟରେ ଥିବା ସ୍ୱେରେଜ ବୋର୍ଡ ଟ୍ରିଟମେଣ୍ଟ ପ୍ଲାଣ୍ଟ ଠାରେ ଏହି ଅଭିଯୁକ୍ତ ମାନେ ବ୍ରାଉନ ସୁଗାର ଚାଲାଣ କରୁଥିବା ନେଇ ପୋଲିସ ପାଖରେ ବିଶେଷ ସୂତ୍ରରୁ ଖବର ପହଞ୍ଚିଥିଲା । ଘଟଣାସ୍ଥଳରେ ବାସେଳୀ ସାହି ଥାନା ପୋଲିସ ପହଞ୍ଚି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ତେବେ ଏହି ଅଭିଯୁକ୍ତଙ୍କ ମଧ୍ୟରେ ଦୁଇଜଣ ଆନ୍ତଃ ରାଜ୍ୟ ବ୍ରାଉନସୁଗାର ଚାଲାଣକାରୀ ଥିବା ବେଳେ ଦୁଇଜଣ ଆନ୍ତଃ ଜିଲ୍ଲା ଚାଲାଣକାରୀ ଥିବା ପୋଲିସ କହିଛି । ଏହି ଅଭିଯୁକ୍ତଙ୍କ ଆଉ କାହା ସହ ଲିଙ୍କ ରହିଛି ଏବଂ ଆଗରୁ ଅନ୍ୟ ଥାନାରେ କିଛି ମାମଲା ରହିଛି କି ନାହିଁ ସେ ନେଇ ତଦନ୍ତ କରାଯାଉଛି ବୋଲି କହିଛନ୍ତି ବାସେଳୀ ସାହି ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ମିହିର ପଣ୍ଡା କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ସିଟି ଡିଏସପି କେକେ ହରିପ୍ରସାଦ, ଥାନା ଅଧିକାରୀ କୁଳମଣି ସେଠୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

12 + 9 =