ଗୁଜରାଟ ଝୁଲାପୋଲ ଟ୍ରାଜେଡି : ୯ ଜଣଙ୍କୁ ବାନ୍ଧିଲା ପୁଲିସ୍‌

0 18

ମୋର୍ବି: ଗୁଜରାଟର ମୋର୍ବିରେ ଝୁଲାପୋଲ ଭୁଶୁଡିବା ଘଟଣାରେ ଗୁଜରାଟ ପୁଲିସ୍‌ ଆଜି ୯ ଜଣଙ୍କୁ ଗିରଫ କରିଛି । ଏମାନେ ସମସ୍ତେ ବ୍ରିଜ୍‌ ମରାମତି ପାଇଁ ଠିକା ନେଇଥିବା କମ୍ପାନୀ ସହ ଜଡିତ । ରବିବାର ଝୁଲାପୋଲ ଭୁଶୁଡିଥିବା ବେଳେ ଆଜି ଏପରି ଗିରଫଦାରୀ ହୋଇଛି । ଗିରଫଦାରୀ ପୂର୍ବରୁ ସମସ୍ତଙ୍କୁ ଦୀର୍ଘ ଘଣ୍ଟା ଧରି ପୁଲିସ୍‌ ଜେରା କରିଥିଲା । ରବିବାର ସନ୍ଧ୍ୟାରେ ମାଛୁ ନଦୀ ଉପରେ ଥିବା ବ୍ରିଟିଶ ଅମଳର ଝୁଲାପୋଲ ହଠାତ୍‌ ଭୁଶୁଡି ପଡିଥିଲା । ଏହି ଝୁଲାପୋଲଟି ଲୋକଙ୍କ ପାଇଁ ବେଶ କିଛି ଦିନ ବନ୍ଦ ରହିଥିଲା । ହେଲେ ନିକଟରେ ଲୋକଙ୍କ ଯିବା ଆସିବା ପାଇଁ ଅନୁମତି ମିଳିଥିଲା । କାଲି ରବିବାର ଥିବା ବେଳେ ବ୍ରିଜ ଉପରେ ପ୍ରବଳ ଲୋକଙ୍କ ଭିଡ ଜମିଥିଲା । ଝୁଲାପୋଲର କ୍ଷମତା ୧୨୫ ଥିବା ବେଳେ ଘଟଣା ବେଳେ ପ୍ରାୟ ୫୦୦ ଜଣ ଲୋକ ଏହା ଉପରେ ରହିଥିଲେ । ଫଳରେ ଝୁଲାପୋଲଟି ମଝିରୁ ଛିଣ୍ଡି ଯାଇଥିଲା । ଏହା ଉପରେ ଥିବା ଲୋକମାନେ ସିଧା ନଦୀକୁ ଖସି ପଡିଥିଲେ । ଲୋକମାନେ କେବଳ ଉଦ୍ଧାର କରିବାକୁ ଚିତ୍କାର କରିଥିଲେ ମଧ୍ୟ କିଛି ବି ଲାଭ ମିଳି ନଥିଲା । ମୃତକଙ୍କ ମଧ୍ୟରେ ପ୍ରାୟ ୪୮ ଜଣ ହେଉଛନ୍ତି ଛୋଟ ପିଲା । ସେହିପରି ଅନେକ ମହିଳା ମଧ୍ୟ ଆଖି ବୁଜିଛନ୍ତି ।

hiranchal ad1
Leave A Reply

Your email address will not be published.

fourteen + 9 =