ମଡେ଼ଲ ଡିଗ୍ରୀ କଲେଜରେ ବିଶ୍ୱ ଏଡ଼ସ ଦିବସ ପାଳିତ

0 231

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ଟିର୍ଲିଆମ୍ବାଗୁଡ଼ା ଠାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ବିଶ୍ୱ ଏଡ଼ସ ଦିବସ ଉପଲକ୍ଷେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ରଞ୍ଜନ କୁମାର ବେହେରା ଏହାକୁ ଉଦଘାଟନ କରିଥିଲେ । ନିଜର ସଭାପତିତ୍ୱ ଭାଷଣରେ ଡ. ବେହେରା ଯୁବ ସମାଜ କିପରି ନିଜକୁ ତଥା ନିଜ ପରିବାର ସାଙ୍ଗସାଥୀଙ୍କୁ ଏହାର ଭୟାବହତା ସମ୍ପର୍କରେ ସଚେତନ କରେଇ,ଏହାର ଫାଶରୁ ଦୂରେଇ ରହିବେ ସେ ବିଷୟ ରେ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଭାବେ ସାନମସିଗାଁ ଡାକ୍ତରଖାନାର ମେଡିକାଲ୍‌ ଅଫିସର୍‌ ଡାକ୍ତର ପଙ୍କଜ ପଟ୍ଟନାୟକ ଯୋଗ ଦେଇ ଏହି ରୋଗର ଇତିହାସ, ଲକ୍ଷଣ ଓ କିପରି ରୋକା ଯାଇ ପାରିବ ସେ ବିଷୟରେ ଆଲୋଚନା କରିଥିଲେ । ସମ୍ମାନିତ ବକ୍ତା ଭାବେ ସହକାରୀ ପ୍ରଫେସର ମନ୍ମଥ କୁମାର ମାଝୀ ଯୋଗଦେଇ ଏ ବର୍ଷ ଦିଆଯାଇଥିବା ଏଡ୍‌ସ ରୋଗର ବିଷୟବସ୍ତୁ ଉପରେ ବର୍ଣ୍ଣନା କରିଥିଲେ । ଅନ୍ୟତମ ବକ୍ତାଭାବେ ମହାବିଦ୍ୟାଳୟର ଜାତୀୟସେବା ଯୋଜନା ଅଧିକାରୀ ସହକାରୀ ପ୍ରଫେସର ରାଜୀବ ଜାଲ ନିଜ ବକ୍ତବ୍ୟରେ ସ୍ୱେଚ୍ଛାସେବୀ ମାନେ ପାଠପଢା ସଙ୍ଗେ ସଙ୍ଗେ ସମାଜରେ ଥିବା ନିଜର ଗୁରୁ ଦାୟିତ୍ୱକୁ ମନେ ପକାଇ ଥିଲେ । ଗାଁରେ ଯେପରି ଜଣେ ହେଲେ ଏଡ୍ସ ଆକ୍ରାନ୍ତ ରୋଗୀ ଲୋକଙ୍କ ଟାହିଟାପରାର ଶିକାର ନହୁଅନ୍ତୁ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ କହିଥିଲେ । ସହକାରୀ ପ୍ରଫେସର ଡ. ଅରବିନ୍ଦ କୁମାର ଓଝା, ଛାତ୍ରଛାତ୍ରୀମାନେ ଯେପରି କୁସଂଗର ଶିକାର ନହୁଅନ୍ତୁ ତଥା ସତର୍କତା ସହ ଜୀବନ ଅତିବାହିତ କରନ୍ତୁ ସେ ବିଷୟରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଅଧ୍ୟାପକ ଶ୍ରବଣ କୁମାର ପୁଝାରୀଙ୍କ ଧନ୍ୟବାଦ୍‌ ଅର୍ପଣ ପରେ କାର୍ଯ୍ୟକ୍ରମର ପରିସମାପ୍ତି ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ, କର୍ମଚାରୀ, ଅଧ୍ୟାପକ ଅଧ୍ୟାପିକା ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

hiranchal ad1
Leave A Reply

Your email address will not be published.

eighteen − 9 =