କାଠପଟା ଜବତ୍‌, ଆସାମୀ ଫେରାର୍‌

0 302

ଦଶପଲ୍ଲା : ଗତକାଲି ସନ୍ଧ୍ୟା ପ୍ରାୟ ୮ ଘଟିକା ସମୟରେ ବାହାଡାଝୋଲାରୁ କାପ୍ତାପଲ୍ଲୀ ରାସ୍ତାରେ ବାହାଡାଝୋଲା ବନାଞ୍ଚଳ ସେକ୍ସନ ଷ୍ଟାଫ୍‌ ପେଟ୍ରୋଲିଂ କରୁଥିବା ସମୟରେ ଗୋଟିଏ ହିରୋହୁଣ୍ଡା ସିଡ଼ି ଡ଼ିଲକ୍ସ ଗାଡି ସହ ୬ ଖଣ୍ଡ ଶାଗୁଆନ ପଟା ଜବତ କରିଥିବା ବେଳେ ଆସାମୀ ଖସି ପଳାଇଥିବା ସୂଚନା ମିଳିଛି । ଅନ୍ଧାରର ସୁଯୋଗ ନେଇ ଆସାମୀ ଗାଡି ଓ ପଟାକୁ ଛାଡ଼ି ଜଙ୍ଗଲକୁ ପଳେଇ ଯାଇଥିବା କଥା କହୁଛନ୍ତି ବନ କର୍ମଚାରୀ । ଆସାମୀ କୁ ଧରିବା ପାଇଁ ତଦନ୍ତ ଚାଲିଥିବା ବାହାଡାଝୋଲା ସେକ୍ସନ ଫରେଷ୍ଟର ସନାତନ ସ୍ୱାଇଁ ସୂଚନା ଦେଇଛନ୍ତି । ଏହି ବନାଞ୍ଚଳରେ କାଠ ପଟା ଜବତ ହେଉଥିଲେ ମଧ୍ୟ ଆସାମ ଫେରାର ହୋଇଯାଉଥିବାରୁ ବନ କର୍ମଚାରୀଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

hiranchal ad1
Leave A Reply

Your email address will not be published.

three × 4 =