କେନ୍ଦ୍ରମନ୍ତ୍ରୀଙ୍କୁ ତୀବ୍ର ବିରୋଧ କରାଯିବ : ଅରୁଣ ସାହୁ

0 226

ଦଶପଲ୍ଲା : ଆଜି ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଅରୁଣ ସାହୁ ଏକ ପ୍ରେସ ମିଟ କରି କେନ୍ଦ୍ରମନ୍ତ୍ରୀଙ୍କ ରିଭ୍ୟୁ ମିଟିଂକୁ ତୀବ୍ର ବିରୋଧ କରାଯିବ ବୋଲି କହିଛନ୍ତି । ଗତକାଲି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ କାର୍ଯ୍ୟାଳୟରେ କେନ୍ଦ୍ର ଖାଦ୍ୟ ଯୋଗାଣ ଗ୍ରାମୀଣ ବିକାଶ ମନ୍ତ୍ରୀ ସାଧ୍ୱୀ ନିରଞ୍ଜନ ଜ୍ୟୋତି ରିଭ୍ୟୁ ମିଟିଂ କରିଛନ୍ତି । ଏହି ମିଟିଂ ବେଳେ ରଣପୁର ବିଡ଼ିଓ ତଥା ଅଧିକାରୀମାନେ ଉପସ୍ଥିତ ଥିବାବେଳେ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କୁ ନିମନ୍ତ୍ରଣ କରାଯାଇ ନ ଥିଲା । ଅପରପକ୍ଷେ କେନ୍ଦ୍ରମନ୍ତ୍ରୀ ବ୍ଲକ ସରକାରୀ ରିଭ୍ୟୁ ମିଟିଂରେ ସ୍ଥାନୀୟ ବିଜେପି ନେତ୍ରୀ ତଥା କର୍ମୀଙ୍କୁ ନେଇ ମିଟିଂ କରିଥିଲେ । ଏହା ସଂଘୀୟ ବ୍ୟବସ୍ଥାର ବିରୋଧୀ କାର୍ଯ୍ୟ ବୋଲି ପ୍ରେସମିଟରେ ଅରୁଣ ଏବଂ ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ କହିଛନ୍ତି । ତେବେ ଭବିଷ୍ୟତରେ ଏଭଳି ହେଲେ କେନ୍ଦ୍ର ମନ୍ତ୍ରୀ ଙ୍କୁ ତୀବ୍ର ବିରୋଧ କରାଯିବ ବୋଲି ଉଭୟ ନେତା କହିଛନ୍ତି ।

hiranchal ad1
Leave A Reply

Your email address will not be published.

fourteen + 16 =