ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ଓଡ଼ିଶାର ୨୬ ବିଧାୟକ

0 72

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ଓଡ଼ିଶାର ବିଧାୟକ। ସେଥିପାଇଁ ଆସନ୍ତାକାଲି ଏହି ୨୬ ବିଧାୟକ ଦିଲ୍ଲୀ ଅଭିମୁଖେ ବାହାରିବେ। ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ସମସ୍ତ ବିଧାୟକ ଦିଲ୍ଲୀ ଯିବେ।ଏହି ବିଧାୟକଙ୍କ ମଧ୍ୟରେ ବିଜେଡିର ୧୫ ଜଣ, କଂଗ୍ରେସର ୩ ଜଣ, ବିଜେପିର ୬ ଏବଂ ସିପିଆଇର ଜଣେ ବିଧାୟକ ଅଛନ୍ତି।  ଆସନ୍ତା ୩ ତାରିଖ ଦିନ ସମସ୍ତ ବିଧାୟକ ରାଷ୍ଟ୍ରପତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଜୁଲାଇ ୨୫ ତାରିଖରେ ସଂସଦର ସେଣ୍ଟ୍ରାଲ ହଲରେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା ପଦ ଓ ଗୋପାନୀୟତାର ଶପଥ ପାଠ କରାଇଥିଲେ।

hiranchal ad1
Leave A Reply

Your email address will not be published.

18 − two =