ନରସିଂହଗୁଡାରେ ଗ୍ରାମ ଦେବୀ ମା’ ତେଲେଙ୍ଗାଣୀଙ୍କ ବାର୍ଷିକ ଯାତ୍ରା

0 52

ନନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍‌ ଧଣ୍ଡରା ପଞ୍ଚାୟତ ଅନ୍ତର୍ଗତ ନରସିଂହଗୁଡା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ଗ୍ରାମଦେବୀ ମା ତେଲେଙ୍ଗାଣୀଙ୍କ ବାର୍ଷିକ ଯାତ୍ରା । ପ୍ରତ୍ୟେକ ବର୍ଷ ବୈଶାଖ ମାସରେ ଏହି ଯାତ୍ରା ପାଳନ କରାଯାଇଥାଏ । ପାରମ୍ପରିକ ରୀତିନୀତି ଅନୁସାରେ ପୂଜକ(ଶିରା)ଙ୍କ ଗୃହରୁ ଏକ ଶୋଭାଯାତ୍ରା ବାହାରି ଗାଁ ମୁଣ୍ଡରେ ଥିବା ମା’ ଙ୍କ ପୀଠରେ ଆସି ପୂଜାର୍ଚ୍ଚନା କରାଯାଇଥିଲା । ସାଙ୍ଗରେ ଲାଠି, ଗାଦି ଓ ମୁନ୍ଦ୍ରା ଭଳି ଦେବୀଙ୍କ ସାମଗ୍ରୀ ମାନ ଶ୍ରଦ୍ଧାଳୁଙ୍କ କାନ୍ଧରେ ବୁହା ହୋଇ ଆସିଥିଲା । ଏହି ଯାତ୍ରା ସମୟରେ ଶ୍ରଦ୍ଧାଳୁ ମାନଙ୍କ କହିବା ଅନୁସାରେ ଶିରାଙ୍କ କାଳସୀ ନୃତ୍ୟ ସମୟରେ ଭକ୍ତମାନେ ବିଭିନ୍ନ କାମନା କରି ଆଶୀର୍ବାଦ ଭିକ୍ଷା କରିଥାନ୍ତି ଓ ସେମାନଙ୍କ ସମସ୍ତ ମନସ୍କାମନା ପୂରଣ କରିଥାନ୍ତି ବୋଲି ଶ୍ରଦ୍ଧାଳୁମାନେ ବିଶ୍ୱାସ କରନ୍ତି । ଅଞ୍ଚଳରୁ ଅନେକ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ନିମନ୍ତେ ଭିଡ଼ ପରିଲକ୍ଷିତ ହୋଇଥିଲା । ରାତ୍ରରେ ମନୋରଞ୍ଜନ ପାଇଁ ଆଞ୍ଚଳିକ ନାଟକ ମଞ୍ଚସ୍ଥ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନା ପାଇଁ ସ୍ଥାନୀୟ ଉର୍ଦ୍ଧବ ନାୟକ, ଚନ୍ଦ୍ରଶେଖର ବିଷୋୟୀ (କୁନୁ) ଗଜେନ୍ଦ୍ର ନାୟକ, ଡମ୍ବରୁ ମାଝୀ , ପପୁନ ବାଘ , ଟଙ୍କଧର ମାଝୀ ପ୍ରମୁଖ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

sixteen + 18 =