ବରିଷ୍ଠ ଏପିପି ମହମ୍ମଦ ଜାହିର ଅଖତାରଙ୍କ ପରଲୋକ

0 168

ଫୁଲବାଣୀ :- କନ୍ଧମାଳ ଜିଲ୍ଲାର ଫୁଲବାଣୀ କୋର୍ଟର ଏପିପି ମହମ୍ମଦ ଜାହିର ଅଖତାରଙ୍କ ୫୯ ବର୍ଷରେ ଦେହାନ୍ତ ହୋଇଯାଇଛି । ସେ ମଧୁମେହ ଓ କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇ ଗତ କିଛି ଦିନ ହେଲା ଆପୋଲୋରେ ଚିକିତ୍ସିତ ହେଉଥିଲେ, ତେବେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା । ସ୍ୱର୍ଗତ ଜାହିର ଅଖତାର ବିଜେଡି ସଂଖ୍ୟାଲଘୁ ସେଲର ଜଣେ ଟାଣୁଆ ନେତା ଓ ସଂଗଠକ ଥିଲେ । ସହରର ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ପୂର୍ବତନ ସଭାପତି ମହମଦ ନାଜିର ଅଖତାରଙ୍କ ଜ୍ୟୋଷ୍ଠ ପୁତ୍ର ଥିଲେ ଜାହିର । ସେ ସାନ ବଡ ସମସ୍ତଙ୍କ ସହ ହସ ଗମାତ ହେଉଥିଲେ । ତାଙ୍କର ଅକାଳ ମୃତ୍ୟୁରେ ଆଇନଜୀବୀ ମହଲରେ ଶୋକର ଛାୟା ଖେଳି ଯାଇଛି । ସ୍ୱର୍ଗତ ଜାହିରଙ୍କ ବିଧବା ପତ୍ନୀ ଓ ଏକମାତ୍ର ଝିଅ ଅଛନ୍ତି । ତାଙ୍କର ଶେଷକୃତ୍ୟ ଭବାନୀପାଟଣା ଠାରେ ହୋଇଥିଲା । ଆଇନଜୀବୀ ଜାହିରଙ୍କ ପରଲୋକରେ ବରିଷ୍ଠ ଆଇନଜୀବୀ ତଥା ଓକିଲ ସଙ୍ଘ ସଭାପତି ବିଜୟ ମହାନ୍ତି, ସମ୍ପାଦକ ଦୂର୍ଗା ଶଙ୍କର ପଟ୍ଟନାୟକ, ରବୀନ୍ଦ୍ର ମିଶ୍ର,ଚନ୍ଦ୍ରଶେଖର ମିଶ୍ର, ସତ୍ୟ ନାରାୟଣ ବେହେରା, ଅଜୟ କୁମାର ସିଂହ, ଅସୀମ ପ୍ରହରାଜ, ହରିଶ୍ଚନ୍ଦ୍ର ମହାରଣା, ଭଗବାନ ମହାନ୍ତି,ରମେଶ ଚନ୍ଦ୍ର ମହାନ୍ତି, ମନୋଜ ପଟ୍ଟନାୟକ,ଅଜିତ ପଟ୍ଟନାୟକ, ଆଦିତ୍ୟ ପ୍ରସାଦ ତ୍ରିପାଠୀ, ରଞ୍ଜନ ଦାସ,ପ୍ରଦୀପ୍ତ ରଞ୍ଜନ ନାୟକ,ଡି ଆର୍‌ ଓ ବିରୂପାକ୍ଷ ପଣ୍ଡା, ଦିଲୀପ କୁମାର ବାନାର୍ଜୀ, ପ୍ରେସ କ୍ଲବ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ, ସମ୍ପାଦକ ପ୍ରଶାନ୍ତ ବେହେରା, କେଡି ଜେଏ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡଃ ଅରୁପ କୁମାର ଜେନା, ନାରାୟଣ ସାହୁ, ଫିଲି ମୋହନ ନାୟକ, ଅଜିତ ମହାରଣା, ସୁନୀଲ ବିଶ୍ୱାଳ ସୂର୍ଯ୍ୟ ନାରାୟଣ ବେହେରା, ରମେଶ ଚନ୍ଦ୍ର ପ୍ରଧାନ, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ବିଜେଡି ନେତା ତଥା ଜିଲ୍ଲା ସଭାପତି ସରୋଜ କର୍ଣ୍ଣ , ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା, କନ୍ଧମାଳ ସଂସାଦ ଅଚ୍ୟୁତ ସାମାନ୍ତ, ଫୁଲବାଣି ବିଧାୟକ ଅଙ୍ଗଦ କହଁର, ରାଜ୍ୟ ସଂଖ୍ୟା ଲଘୁ ସେଲର ରାଜ୍ୟ ସଭାପତି ମୁନା ଖାଁ ଓ ସାଧାରଣ ସମ୍ପାଦକ ମହମ୍ମଦ ୟାସିନ୍‌ ବେଗ ପ୍ରମୁଖଙ୍କ ସମେତ ବହୁ ବିଜେଡି ନେତା ଗଭୀର ଶୋକ ପ୍ରକାଶ କରିବା ସଙ୍ଗେ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

five × 1 =