ଖୁଣ୍ଟବନ୍ଧରେ ଜାତୀୟ ଦୁଗ୍ଧ ଦିବସ ପାଳିତ

0 41

ଜହ୍ନ ।ପଙ୍କ,୨୬/୧୧: ବୌଦ୍ଧ ବ୍ଳକ ଅନ୍ତର୍ଗତ ଖୁଣ୍ଟବନ୍ଧ ପଂଚାୟତ ଅଫିସ ପ୍ରାଙ୍ଗଣରେ ଜାତୀୟ ଦୁଗ୍ଧ ଦିବସ ପାଳିତ ହୋଇଯାଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଗୁଣାତ୍ମକମାନର ଦୁଗ୍ଧ ସଂଗ୍ରହ । ଏଥିରେ ବୌଦ୍ଧ ବ୍ଲକରେ ଥିବା ୧୧ ଗୋଟି ଦୁଗ୍ଧ ସମବାୟ ସମିତିର ସମସ୍ତ ସଭାପତି ଓ ସମ୍ପାଦକମାନେ ଯୋଗ ଦେଇଥିଲେ । ବାଉଁଶୁଣୀ ପ୍ରାଣୀ ଚିକିତ୍ସକ ଡା. ପ୍ରିୟବ୍ରତ ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଟୁନି ମହାନନ୍ଦିଆ, ପୂର୍ବତନ ସରପଞ୍ଚ଼ ଯୋଗେଶ୍ୱର ମହାକୁଡ଼ ଓ ସମଲେଶ୍ୱରୀ ଦୁଗ୍ଧ ସଙ୍ଘର ଅଞ୍ଚଳ ଭାରପ୍ରାପ୍ତ ଅଧିକାରୀ ସନ୍ତୋଷ କୁମାର ମହାନ୍ତି ଅତିଥି ଭାବରେ ଯୋଗଦେଇ ଉପସ୍ଥିତ ଦୁଗ୍ଧ ସମବାୟ ସମିତର କର୍ମକର୍ତ୍ତା ମାନଙ୍କୁ ଉତ୍ସାହିତ କରିଥିଲେ । ଶ୍ୱେତ ବିପ୍ଳବର ଜନକ ସ୍ୱର୍ଗତ ଡ଼ା ଭର୍ଗିସ କୁରୀୟନଙ୍କ ଜନ୍ମଦିବସ ଅବସରରେ ପାଳିତ ଜାତୀୟ ଦୁଗ୍ଧ ଦିବସର ଉଦ୍ଦେଶ୍ୟ ସମ୍ପର୍କରେ ଅତିଥି ଶ୍ରୀ ମହାନ୍ତି ଚାଷୀମାନଙ୍କୁ ଅବଗତ କରାଇଥିଲେ । ପୂର୍ବତନ ସରପଂଚ ଶ୍ରୀ ମହାକୁଡ ଦୁଗ୍ଧ ଚାଷୀ ମାନଙ୍କ ପାଇଁ ଥିବା ସରକାରୀ ଯୋଜନାର ଲାଭ ଉଠାଇବା ପାଇଁ ଉପସ୍ଥିତ ଚାଷୀମାନଙ୍କୁ ମତ ବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମର ଉଦ୍ୟୋକ୍ତା ଡ଼ା. ବେହେରା ନୂଆଁ ଦୁଗ୍ଧ ସମବାୟ ସମିତି ଗଠନ ସହିତ ପୁରୁଣା ସମିତି ଗୁଡ଼ିକୁ ଅଧିକ ସଶକ୍ତ କରି ଆଗାମୀ ଦୁଇ ବର୍ଷ ମଧ୍ୟରେ ବୌଦ୍ଧଜିଲ୍ଲାରେ ୨୦ହଜାରରୁ ଅଧିକ ଦୁଗ୍ଧ ସଂଗ୍ରହ କରିବା ପାଇଁ ଉପସ୍ଥିତ ଚାଷୀମାନଙ୍କୁ ଆହ୍ୱାନ ଦେଇଥିଲେ ଓ ଏହି ଦିଗରେ ଜିଲ୍ଲାପାଳ ବୌଦ୍ଧ ଶ୍ରୀ ସତ୍ୟ ରଞ୍ଜନ ସାହୁଙ୍କର ମହତାଂକ୍ଷା ଓ ଦୂରଦର୍ଶିତା ସମ୍ପର୍କରେ ଆଲୋକପାତ କରିଥିଲେ । ଦୁଗ୍ଧ ସମବାୟ ସମିତିର କର୍ମକର୍ତ୍ତା ଙ୍କୁ ଉତ୍ସାହିତ କରି ଦୁଗ୍ଧ ସଂଗ୍ରହକୁ ଅଧିକ ତ୍ୱରାନିତ କରିବାପାଇଁ ଡ଼ା ବେହେରାଙ୍କର ଏହି ପ୍ରଚେଷ୍ଟାକୁ ଉପସ୍ଥିତ ଚାଷୀମାନେ ପ୍ରଶଂସା କରିଥିଲେ । ଏହି ଅବସରରେ ବର୍ଷସାରା ସର୍ବାଧିକ ଗୁଣାତ୍ମକମାନର କ୍ଷୀର ସଂଗ୍ରହ କରିଥିବା ବାବା ସପ୍ନେଶ୍ୱର ଦୁଗ୍ଧ ସମବାୟ ସମିତିର ସଭାପତି ଓ ସମ୍ପାଦକଙ୍କୁ ଟ୍ରଫି ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଦୁଗ୍‌ଦ କ୍ଷେତ୍ର ପରିଦର୍ଶକ ଅମୂଲ୍ୟ କୁମାର ଓଝା କାର୍ଯକ୍ରମ ପରିଚାଳନା କରିଥିଲେ ଏବଂ ବିକ୍ରମ ମହାନନ୍ଦିଆ ଓ ସୁଶାନ୍ତ କୁମାର ଦୋରା ଏଥିରେ ସହଯୋଗ କରିଥିଲେ । ମୁଣ୍ଡାପଡ଼ା ପ୍ରାଣୀଧନ ନିରୀକ୍ଷକ ସୌଭାଗ୍ୟ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

3 + 13 =